ମୋ ଓଡ଼ିଶା (ଭାଗ-୦୫)
ମୋ ଓଡ଼ିଶା (ଭାଗ-୦୫)
ଓଡ଼ିଶା ବାସୀ ଭାରି ସାହାସୀ
ସାହାସୀ କଳିଙ୍ଗବାସୀ ସାସ୍ତ୍ର ବର୍ଣ୍ଣିତ
ଗପ କି କାହାଣୀ ନୁହେଁ କଥାଟି ସତ ।
ସପ୍ତମ ଶତାବ୍ଦୀ କଥା ଭାବିଲେ ଏବେ
ଦରିଆ ସେପରି ଯିବା ଛାନିଆ ଲାଗେ ।
ନଥିଲା ଜ୍ଞାନ ବିଜ୍ଞାନ ସବୁ ଅନ୍ଧାର
ପାଲଟଣା ବୋଇତରେ ଚାଲେ ବେପାର ।
ଓଡ଼ିଆ ସାଧବ ପୁଅ ବୋଇତ ମେଲି
ଯାଉଥିଲେ ସୁମାତ୍ରା ଜାଭା ବର୍ଣ୍ଣିଓ ବାଲି ।
ଦିଗହଜା ସାଗରର ଅଥଳ ଜଳ
ଆଖି ପାଏ ନାହିଁ ନାହିଁ ଥଳ କି କୂଳ ।
ଜଳଦସ୍ୟୁ ଆତଙ୍କ କୁ ଝଡ ବତାସ
ନଥାଏ ଡର ତହିଁକି ଭାରି ସାହସ ।
ଯାଉଥିଲେ ଶାଢୀ ଚୁଡି ମସଲା ନେଇ
ଆସୁଥିଲେ ସୁନା ରୁପା ମାଣିକ ନେଇ ।
କର୍ପୂର ଯାଇଛି ଉଡି କନା ପଡିଛି
ହଜିଲା ଦିନକୁ ଯାହା ମନ ଝୁରୁଛି ।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭଷାଇ
ସେଦିନକୁ ଆମେ ଦେଉ ମନେ ପକାଇ ।
ମାଆ ମଙ୍ଗଳା ତ ସାହା ଆମ ଭରଷା
ଓଡିଶା ଓଡିଶା ମାଆ ମୋର ଓଡିଶା....।।