Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children Stories

3  

DILIP KUMAR SAHOO

Children Stories

ମୋ ଓଡ଼ିଶା (ଭାଗ-୦୩)

ମୋ ଓଡ଼ିଶା (ଭାଗ-୦୩)

1 min
191


ପାହାଡ ପର୍ବତ କେତେ ବଣ ଝରଣା

ସବୁଜିମା ଭରା ବଣ ଫୁଲ ଅଗଣା ।


ନଦ ନଦୀ ହ୍ରଦରାଜି ଜଳପ୍ରପାତ

ମନ ମୋହି ନିଏ ତାଙ୍କ ମଧୁର ଗୀତ ।


ପୂଣ୍ୟତୋୟା ମହାନଦୀ ତେଲ ବିରୁପା

ଇନ୍ଦ୍ରାବତୀ ଋଷିକୂଲ୍ୟା ଦେବୀ ସ୍ୱରୂପା ।


ରୂପସୀ ଅ°ଶୁପା ରୂପବତୀ ଚିଲିକା

ହ୍ରଦ ସିଏ କବିଙ୍କର କାବ୍ୟ ନାୟିକା ।


ସାଗରର ବେଳା ଭୂଇଁ ଢେଉର ହାର

ଧୋଇଦିଏ ନିତି ମାଆ ପାଦ ପୟର ।


ଜନଜାତି ଆଦିବାସୀ ଭାଇ ଭଉଣୀ

ବଖାଣନ୍ତି ପ୍ରକୃତିର କଥା କାହାଣୀ ।


ତାଙ୍କ ନାଚ ତାଙ୍କ ଗୀତ ପ୍ରକୃତି ପୂଜା

ଆଲୁଅକୁ ଅନ୍ଧାର କରେ ଦିଗହଜା ।


ପ୍ରକୃତିର ଉପାସକ ସେମାନେ ଯେଉଁଠି

ରୁହନ୍ତି ସଭ୍ୟତାତ ଆରମ୍ଭ ସେଇଠି ।


ମାଟି ପାଣି ଅଗ୍ନି ବାୟୁ ନୀଳ ଆକାଶ

ତାଙ୍କ ଠାରୁ ବିଜ୍ଞାନ ଜ୍ଞାନର ବିକାଶ ।


ତାଙ୍କ ପାଇଁ ମୋ ମାଆର କେତେ ନୂଆ ଆଶା

ଓଡିଶା ଓଡିଶା ମାଆ ମୋର ଓଡିଶା....



Rate this content
Log in