ମୋ ମାଆ ପରି କିଏ ହେବ
ମୋ ମାଆ ପରି କିଏ ହେବ
ମାଆର ମମତା ତା ପଣତ କାନୀ,
ରୋଗେ ଶୋକେ ସାହା ହେବ:
ମୋ ମାଆ ପରି କିଏ ହେବ::
ରାତି ନ ପାହୁଣୁ ଘର ଠୁଁ ବାହାର,
ଗୋବର ପାଣିରେ ଧୋଉ ଥିବ:
ମୋ ମାଆ ପରି କିଏ ହେବ::
ରାତିର ଅଇଁଠା ବାସନ ଗୁଡ଼ାକୁ,
ସଖାଳେ ସେ ଉଠି ଧୋଉ ଥିବ:
ମୋ ମାଆ ପରି କିଏ ହେବ::
ସମାୟାନୁ କ୍ରମେ ଦିନ ଯାକ କାମ,
ସଫା ସୁତୁରା ରେ କରୁ ଥିବ:
ମୋ ମାଆ ପରି କିଏ ହେବ::
ସମୟତାଳରେ ନାନାବ୍ୟଞ୍ଜନ ସେ,
ମନଜାଣି ସଦା ସେପରଷୁଥିବ:
ମୋ ମାଆ ପରି କିଏ ହେବ::
ରାଗେନାହିଁ ଜମାଯେତେ ଦୁଷ୍ଟହେଲେ,
ବୁଝାଇ ସୁଝାଇ କହୁ ଥିବ:
ମୋ ମାଆ ପରି କିଏ ହେବ::
ଆସୁଯେତେ ଦୁଃଖ ଅବା ଝଡ ଝଞ୍ଜା,
ମଥା ପାତି ଯେ ସେ ସହିଯିବ:
ମୋ ମାଆ ପରି କିଏ ହେବ::
ଫେରିବା ବିଳମ୍ବ ହୋଇ ଯାଇଥିଲେ,
ଦାଣ୍ଡ ଦୁଆରରୁ ସେ ଅନାଉଥିବ:
ମୋ ମାଆ ପରି କିଏ ହେବ::
ନିଜେ ରଖିଦିଏ ନିଜକୁ ଉପବାସ,
ଆମ ପେଟକୁ ସେ ଅନାଇ ଥିବ:
ମୋ ମାଆ ପରି କିଏ ହେବ::
ବାତ୍ସଲ୍ୟମୟୀ ସେ ସ୍ୱର୍ଗଠାରୁ ବଡ଼,
ତାର ଋଣକୁ କେ ସୁଝି ପାରିବ:
ମୋ ମାଆ ପରି କିଏ ହେବ::
ନିଜର ସୁଖକୁ ଦେଖେ ନାହିଁ ଜମା,
ଆମ ସୁଖେ ସୁଖୀ ହେଉ ଥିବ:
ମୋ ମାଆ ପରି କିଏ ହେବ::
ଯାହା ଚାଂହୁଥିଲେ ଚେଷ୍ଟା ଦେବାପାଇଁ,
ବାପାଙ୍କ ସଂଗେ ସଦା ଲଢ଼ୁଥିବ:
ମୋ ମାଆ ପରି କିଏ ହେବ::
ସୁଝି ହୁଏ ନାହିଁ ମାଆ ଋଣ କେବେ,
ଆମର ଜୀବନ ମହିରେ ଥିବ:
ମୋ ମାଆ ପରି କିଏ ହେବ::
ଭୁଲ ନାହିଁ କେବେ ମାଆର ମମତା,
କେତେ ଆଶା ନେଇ ସେ ବଞ୍ଚିଥିବ:
ମୋ ମାଆ ପରି କିଏ ହେବ::
ରୋଜଗାର କରି ଘରଣୀ ଆସିଲେ,
ଭାବନି ସେ ବୋଝ ହୋଇଯିବ,
ମୋ ମାଆ ପରି କିଏ ହେବ::
*****************************
ମହେଶ୍ୱର ସାହୁ
ଗୋପୀବିନ୍ଧା, ବ୍ରହ୍ମଣ ଗାଁ,
ବାଲେଶ୍ଵର(ଭଦ୍ରକ)
