ମୋ କପାଳ
ମୋ କପାଳ
1 min
228
ଟଙ୍କା ଧରିକରି ହାଟକୁ ଗଲି
ପରିବା କିଣିବାକୁ
ଘରଣୀ ତାଲିକା ବଢ଼ାଇ ଦେଇଛି
ଛାତି ମୋ ଦୁକୁଦୁକୁ
ମନ ମୋ ସୁକୁସୁକୁ
ଧନ ଅଳପ ଗରୀବ ଲୋକ
ଘରଣୀର ମୋର ଉଦଣ୍ଡ ରୂପ
ପିଲାଛୁଆଙ୍କର ନିତି ଜିନିଷ
ପକେଟ ଅଣ୍ଡାଳି ଦେଲି
ଦରଦାମ ଦେଖି ମନରେ ଭାବିଲି
କାହିଁକି ଜନମ ହେଲି
ପ୍ରେମ ପାଇଁ ତ୍ୟାଗ କରିବାକୁ ହେବ
ପାଣି ଢୋକେ ପିଇଦେଲି l
