STORYMIRROR

pranati Mahapatra

Others

3  

pranati Mahapatra

Others

ମୋ କଳାକାହ୍ନୁ

ମୋ କଳାକାହ୍ନୁ

1 min
258


ତୁମ ଭାବେ ଭାବେ ମୁହିଁ 

      ଭାବୁଛି କାହିଁ

ସେ ପ୍ରେମ ପ୍ରେମେ ମଗନ 

       ହେଉଛି ବାଇ

ଦେଖୁଥିଲି ଦେଖୁଛି ମୁଁ 

     ଦେଖୁଥିବି ତୋତେ

ନୀରବେ ନୀରବ ରହି 

      ନୀରବିଲୁ ସତେ

କହୁଥିଲେ କହୁଥିଲୁ 

       କହନ୍ତି ସଭିଏଁ

ମାୟାଧର ମାୟାଜାଲେ

      ମାୟା କଲୁ ମୋତେ।

ମୋ ନୟନେ ନୟନ ତୋ

      ପାରୁନୁ ମିଶାଇ

ଗୋପନେ ଗୋପନ ହୋଇ

       ରହୁ ଗୋପ୍ୟ ହୋଇ।

ମୁଁ ଜାଣେ ତୁ ମୋର କଥା

          ନିତି ନିତି ଭାବୁ,

ଶୟନେ ସପନେ କିଆଁ

       ମୋତେ ପ୍ରବୋଧିବୁ।

ଯେତେ ଦୂରେ ଥିଲେ ବି ତୁ 

         ତୋ ସପନେ ମୁଁ,

ଦର୍ଶନ ନ ଦେଲେ ବି ମୋ

         ସପନରେ ତୁ।

ଏଥର ଡୋରି ଲଗେଇ 

     ତୋ ପାଖକୁ ନେ,

ବାସଚନ୍ଦନ ବୋଳିବି 

     ଦେଇଛୁ ସପନେ।



Rate this content
Log in