ମୋ କଳାକାହ୍ନୁ
ମୋ କଳାକାହ୍ନୁ
1 min
266
ତୁମ ଭାବେ ଭାବେ ମୁହିଁ
ଭାବୁଛି କାହିଁ
ସେ ପ୍ରେମ ପ୍ରେମେ ମଗନ
ହେଉଛି ବାଇ
ଦେଖୁଥିଲି ଦେଖୁଛି ମୁଁ
ଦେଖୁଥିବି ତୋତେ
ନୀରବେ ନୀରବ ରହି
ନୀରବିଲୁ ସତେ
କହୁଥିଲେ କହୁଥିଲୁ
କହନ୍ତି ସଭିଏଁ
ମାୟାଧର ମାୟାଜାଲେ
ମାୟା କଲୁ ମୋତେ।
ମୋ ନୟନେ ନୟନ ତୋ
ପାରୁନୁ ମିଶାଇ
ଗୋପନେ ଗୋପନ ହୋଇ
ରହୁ ଗୋପ୍ୟ ହୋଇ।
ମୁଁ ଜାଣେ ତୁ ମୋର କଥା
ନିତି ନିତି ଭାବୁ,
ଶୟନେ ସପନେ କିଆଁ
ମୋତେ ପ୍ରବୋଧିବୁ।
ଯେତେ ଦୂରେ ଥିଲେ ବି ତୁ
ତୋ ସପନେ ମୁଁ,
ଦର୍ଶନ ନ ଦେଲେ ବି ମୋ
ସପନରେ ତୁ।
ଏଥର ଡୋରି ଲଗେଇ
ତୋ ପାଖକୁ ନେ,
ବାସଚନ୍ଦନ ବୋଳିବି
ଦେଇଛୁ ସପନେ।
