STORYMIRROR

Manasmita Das

Others

4  

Manasmita Das

Others

ମୋ କାଳିଆ ଧନ

ମୋ କାଳିଆ ଧନ

1 min
325


କାଳିଆରେ.... କାଳିଆରେ....କାଳିଆରେ... (୩)

ତୋପ୍ରତି ମୋଭକ୍ତି ରହିଛିକି ନାହିଁ

           ସେ କଥା ମୁଁ ଜାଣିପାରେନା ।। ୧।।

ତଥାପି କାହିଁକି ଖୋଜେ ମୋର ମନ

             ସେ କଥା ମୁଁ ବୁଝିପାରେନା ।। ୨।।

ଦେଖିବାକୁ ତୋର ସେ ଚକାନୟନ

            ମୋ ନୟନ ଖୋଜି ପାଏନା ।। ୩।।

ଆସି ଦେଖିଯାରେ ମୋ କାଳିଆଧନ

            ସୁଖରେ ମୁଁ ବଞ୍ଚି ପାରେନା ।। ୪।।

କି ଦିନ କି ରାତି ଖୋଜେ ମୋର ମନ

          ତୋ ଆଶୀର୍ବାଦ ମୁଁ ପାଏନା ।।୫।।

କେଉଁ ଦୋଷପାଇଁ ଦଣ୍ଡଦେଉ ଧନ

           ସେ କଥା ଖୋଲି କହିଦେନା ।। ୬।।

ଦଣ୍ଡଦେଇ ଯଦି ଆନନ୍ଦ ତୋ ମନ

            ସେ ଦଣ୍ଡ ମୁଁ ତ ସହୁଛିନା ।। ୭।।

କାଳିଆ ନବୁଝିଲୁ ନାହିଁ ମୋ ମନ

             ସ୍ବପ୍ନ ମତେ ଦର୍ଶନ ଦେନା ।। ୮।।

ପ୍ରାଣ ଗଲାବେଳେ ଆସିବୁରେ ଧନ

             ଦର୍ଶନ ତୋର ପାଇବିନା ।। ୯।।

କାଳିଆରେ..... କାଳିଆରେ.......କାଳିଆରେ........ (୩) 

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍