STORYMIRROR

PRANATI MAHAPATRA

Others

3  

PRANATI MAHAPATRA

Others

ମୋ ଜିଲ୍ଲା ଏ ଯାଜପୁର ଜିଲ୍ଲା

ମୋ ଜିଲ୍ଲା ଏ ଯାଜପୁର ଜିଲ୍ଲା

1 min
93


ସୋମବଂଶୀ ରାଜା ଯଯାତି କେଶରୀ

ସ୍ଥାପନ କଲେ ଯାଜପୁର,

ଦକ୍ଷିଣରେ ଅବସ୍ଥିତ ଏହା ପରା

ଆମ ରାଜ୍ୟ ଓଡ଼ିଶାର।


ବିରଜା କ୍ଷେତ୍ର ନାମରେ ନାମିତ ଯେ

ବିଛିନ୍ନ ଯେ କଟକରୁ,

୧୯୯୩ ଏପ୍ରିଲ ୧

ଭଦ୍ରକ ଯେ ଉତ୍ତରରୁ।


ଯାଜପୁର ଅଟେ ଲୋକସଭା ତାର

ସାତ ଆସନ ବିଧାନସଭା ଏହାର

ବିଞ୍ଝାରପୁର ବରି ବଡ଼ଚଣା ଯାଜପୁର

ଧର୍ମଶାଳା ସୁକିନ୍ଦା କୋରେଇ ତାହାର ।



ଯାଜପୁର ଜିଲ୍ଲା ନଦୀରେ ଭରିଛି

ଏଠି କ୍ଷତିଗ୍ରସ୍ତ ଚାଷ ବାସ,

ମହାନଦୀ ବ୍ରାହ୍ମଣୀ ବୈତରଣୀ ବୁଢା

ଖରସ୍ରୋତା ଏ ସମସ୍ତ।


୨,୮୮୭,୬୯ ବର୍ଗକିଲୋମିଟର

ଆୟତନ ଏ ଜିଲ୍ଲାର

ଜଙ୍ଗଲ ପାହାଡିଆ ଜମି ବି ଅଛି

୭୨୫ ବର୍ଗକିଲୋମିଟର।


ଯାଜପୁର ଜିଲ୍ଲା ଖଣିଜ ସମ୍ପଦେ

ଭରପୁର ରହିଅଛି,

ସୁକିନ୍ଦା ର କ୍ରୋମାଇଟ୍ ଲୁହାପଥର 

ବିଦେଶେ ରପ୍ତାନୀ ହେଉଛି



ପୂର୍ବେ କେନ୍ଦ୍ରାପଡା ପଶ୍ଚିମେ ଢେଙ୍କାନାଳ

ଦକ୍ଷିଣେ କଟକ ଜିଲ୍ଲା,

ଉତ୍ତରରେ କେନ୍ଦୁଝର ଜିଲ୍ଲା ଅବସ୍ଥିତ

ପୁଣି ଯେ ଭଦ୍ରକ ଜିଲ୍ଲା।



ଶିକ୍ଷା କୃଷି ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ

ଆଗୁଆ ଅଟେ ଏ ଜିଲ୍ଲା

ସାକ୍ଷରତା ହାର୮୦.୪୪ଶତକଡ଼ା

ଯାଜପୁର ରୋଡ଼ ଟାଉନ ସଦର ମହକୁମା।


ଦଶଟି ବ୍ଲକ୨୮୦ ଗ୍ରାମପଞ୍ଚାୟତ

ଧାନ ମୁଗ ଚିନାବାଦାମ କୋଳଥ

ଖରିଫ ଋତୁରେ ଅନେକ ଫସଲ

ନଦୀ କୂଳ ଜମି ଆଉ ତ ସାରଦ।


ପର୍ଯ୍ୟଟନ ସ୍ଥଳୀ ଅନେକ ଯେ ଅଛି

ଆମ ଜିଲ୍ଲା ଯାଜପୁରର

ବିରଜା କ୍ଷେତ୍ର ଉଦୟଗିରି ରତ୍ନଗିରି 

ଛତିଆ ପୁଷ୍ପଗିରି ମହାବିହାର।


ବରାହ ମନ୍ଦିର ବାଲୁଙ୍କେଶ୍ଵର ମହାବିନାୟକ ମନ୍ଦିର

ଦଶାଶ୍ଵମେଧ ଘାଟ ଅବସ୍ଥିତ ପୁଣି ବ୍ୟାସସରୋବର

ପ୍ରସିଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଶ୍ରୀ ବିରୁପାକ୍ଷ କର

ହାଡିଦାସ ବିଛନ୍ଦଚରଣ ଅଭିମନ୍ୟୁ ସାମନ୍ତସିଂହାର।



ଦେବୀ ଦ୍ଵିଭୁଜା ତ୍ରିଶୁଳ ଧାରଣୀ

ଆନ ହାତେ ଲାଙ୍ଗଳ ମହିଷାସୁର

ଗଣପତି ଶିବଲିଙ୍ଗ ଯୋନି ନାଗରାଜ

ଅର୍ଦ୍ଧଚନ୍ଦ୍ର ଧାରଣ ଯେ ମୁକୁଟର।


ସ୍କନ୍ଦ ପୁରାଣେ ବର୍ଣ୍ଣିତ ହୋଇଅଛି

ରଜୋଗୁଣ ଧୋଇଦିଏ ଏ ପୀଠ,

ସେଥିପାଇଁ ଯାଜପୁର ଜିଲ୍ଲା ଟି

ବିରଜା କ୍ଷେତ୍ରେ ବିଖ୍ୟାତ।


ଆନ ଗ୍ରନ୍ଥେ ବର୍ଣ୍ଣିତ ହୋଇଛି ଯେ

ଦକ୍ଷ ଯଜ୍ଞ ସମୟରେ

ମାତା ସୀତାଙ୍କର ନାଭି ପଡିବାରୁ

ଓଡ୍ଡିଆଣୀ ପୀଠ ନାମ ଏହାର।


ଉଦୟଗିରିର ବୌଦ୍ଧ ସ୍ତୁପ

ବିରଜାର ନାଭିଗୟା

ପଞ୍ଚ ବ କାର କ୍ଷେତ୍ର ଯାଜପୁର 

ବେଦ ବିପ୍ର ବୈତରଣୀ ବିରଜା ବରାହ।


ପ୍ରସିଦ୍ଧ ବଟ ଯେ ଛତିଆ ବଟ

ବିଜେ ପ୍ରଭୁ ଜଗନ୍ନାଥ

ପୂର୍ବ ପୁରୁଷଙ୍କ ପିଣ୍ଡଦାନ ଅସ୍ଥି

ଦାନ ଦଶାଶ୍ଵମେଧ ଘାଟ।


ମୋ ଜନ୍ମସ୍ଥାନ ଅଟେ ଯାଜପୁର

ଜିଲ୍ଲାର ଗୋଟେ ଗ୍ରାମରେ,

ବଡ଼ ଭାଗ୍ୟବତୀ ନିଜକୁ ମଣଇ

ଜନ୍ମ ଲଭି ଏ ସ୍ଥାନରେ।


ରଜପୋଡ଼ ପିଠା ଅଷ୍ଟମୀ ଏଣ୍ଡୁରି

ବାରମାସେ ତେର ଓଷା,

ସବୁ ଜିଲ୍ଲା ଠାରୁ ଅଟଇ ନିଆରା

ଏ ଜିଲ୍ଲାର ପରମ୍ପରା।


Rate this content
Log in