STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ମୋ ଜୀବନ ତରୀ ଦଦରା ଖତରା

ମୋ ଜୀବନ ତରୀ ଦଦରା ଖତରା

1 min
159

 ମୋ ଜୀବନ ତରୀ ଦଦରା ଖତରା

             ଆୟୁ ହୁଏ ଅପଚୟ

 କେମିତି ଚାଲିବ ଭବ ପାରାବାରେ , ପ୍ରାଣବାୟୁ ନୁହେ ଥୟ

 ତୁମରି ଭରସା ତୁମେ ଏକା ଆଶା

             ନିବାରିବ କାଳ ଭୟ

 ମୋ ଜୀବନ ତରୀ ଦଦରା ଖତରା…  ।।

 

 ମଣିଷ ଜନମ ଦୁଃର୍ଲଭ ଜୀବନ

            ଦେବେ ଅଲଭ୍ୟ ଏ ଦେହ

 ବିଜେନିଜେ ଭଗବାନ ଏ ଶରୀରେ , ତେଜି ନ ପାରନ୍ତି ମୋହ

 ପ୍ରକୃତିର ଏଇ କର୍ମମୟ ଭୂମେ

            ଲୀଳା ରଚେ ଲୀଳାମୟ

 ମୋ ଜୀବନ ତରୀ ଦଦରା ଖତରା…  ।।

 

 କ୍ଷଣପ୍ରଭା ସମ କ୍ଷଣିକ ଜୀବନ

              କ୍ଷଣ କ୍ଷଣ ହୁଏ କ୍ଷୟ

 କ୍ଷିତୀରେ କିରତୀ ପସରା ଫେଇବ ,

କରିଲେ ପାପ କୁ ଭୟ

 ଦୁଃଖୀ,ଦୁଃଖେବ୍ରତି ପରୋପକାରରେ

       ଧରମର ହୁଏ ଜୟ

 ମୋ ଜୀବନ ତରୀ ଦଦରା ଖତରା… ।।

 

 ଅମର୍ତ୍ତ୍ୟ ମଣ୍ଡଳୁ କ୍ଷରିତ ହୁଅଇ

       ଅମୃତ ଆଶିଷ ଧାରା

 ଲଭିଲବା ପାଇଁକି ସେହି ଆଶିର୍ବାଦ , ସାଧନା ନିହାତି ଲୋଡ଼ା

 ସାହସ ଦିଅହେ ବାଞ୍ଛାକଳ୍ପତରୁ

               କରିଛି ତୋରେ ଆଶ୍ରୟ

 ମୋ ଜୀବନ ତରୀ ଦଦରା ଖତରା…  ।।

 

 ଦଦରା ଖତରା ଏ ଜୀବନ ତରୀ   ଛନ୍ଦା ଚରଣରେ ବାନ୍ଧିଲି

 ପ୍ରଫୁଲ୍ଲ କୁସୁମ ଅଞ୍ଜଳୀ ସମର୍ପି   ତୋରେ ଶରଣ ପଶିଲି

 ହେ ବଂଶୀ ବଦନ କଂସନିସୁଦନ  ତୋ, ନାମେ ଜୀବଯାଉ

 ମୋ ଜୀବନ ତରୀ ଦଦରା ଖତରା…  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍