ମୋ ଜୀବନ ତରୀ ଦଦରା ଖତରା
ମୋ ଜୀବନ ତରୀ ଦଦରା ଖତରା
ମୋ ଜୀବନ ତରୀ ଦଦରା ଖତରା
ଆୟୁ ହୁଏ ଅପଚୟ
କେମିତି ଚାଲିବ ଭବ ପାରାବାରେ , ପ୍ରାଣବାୟୁ ନୁହେ ଥୟ
ତୁମରି ଭରସା ତୁମେ ଏକା ଆଶା
ନିବାରିବ କାଳ ଭୟ
ମୋ ଜୀବନ ତରୀ ଦଦରା ଖତରା… ।।
ମଣିଷ ଜନମ ଦୁଃର୍ଲଭ ଜୀବନ
ଦେବେ ଅଲଭ୍ୟ ଏ ଦେହ
ବିଜେନିଜେ ଭଗବାନ ଏ ଶରୀରେ , ତେଜି ନ ପାରନ୍ତି ମୋହ
ପ୍ରକୃତିର ଏଇ କର୍ମମୟ ଭୂମେ
ଲୀଳା ରଚେ ଲୀଳାମୟ
ମୋ ଜୀବନ ତରୀ ଦଦରା ଖତରା… ।।
କ୍ଷଣପ୍ରଭା ସମ କ୍ଷଣିକ ଜୀବନ
କ୍ଷଣ କ୍ଷଣ ହୁଏ କ୍ଷୟ
କ୍ଷିତୀରେ କିରତୀ ପସରା ଫେଇବ ,
କରିଲେ ପାପ କୁ ଭୟ
ଦୁଃଖୀ,ଦୁଃଖେବ୍ରତି ପରୋପକାରରେ
ଧରମର ହୁଏ ଜୟ
ମୋ ଜୀବନ ତରୀ ଦଦରା ଖତରା… ।।
ଅମର୍ତ୍ତ୍ୟ ମଣ୍ଡଳୁ କ୍ଷରିତ ହୁଅଇ
ଅମୃତ ଆଶିଷ ଧାରା
ଲଭିଲବା ପାଇଁକି ସେହି ଆଶିର୍ବାଦ , ସାଧନା ନିହାତି ଲୋଡ଼ା
ସାହସ ଦିଅହେ ବାଞ୍ଛାକଳ୍ପତରୁ
କରିଛି ତୋରେ ଆଶ୍ରୟ
ମୋ ଜୀବନ ତରୀ ଦଦରା ଖତରା… ।।
ଦଦରା ଖତରା ଏ ଜୀବନ ତରୀ ଛନ୍ଦା ଚରଣରେ ବାନ୍ଧିଲି
ପ୍ରଫୁଲ୍ଲ କୁସୁମ ଅଞ୍ଜଳୀ ସମର୍ପି ତୋରେ ଶରଣ ପଶିଲି
ହେ ବଂଶୀ ବଦନ କଂସନିସୁଦନ ତୋ, ନାମେ ଜୀବଯାଉ
ମୋ ଜୀବନ ତରୀ ଦଦରା ଖତରା… ।।
