STORYMIRROR

Debabrata Jena

Others

1.0  

Debabrata Jena

Others

ମୋ ଗାଁ

ମୋ ଗାଁ

1 min
15.4K


ଦୂର ଦିଗବଳୟେ ସୁରୁଜ ଉଇଁଲେ ମନେ ପଡେ଼ ଯାହା ନାଁ

ମାନଚିତ୍ରେ ଅବା ଭୂଗୋଳ ପତରେ ଖୋଜିନି କେବେ ତା ନାଁ

ସିଏ ପରା ମୋ ଗାଁ........ ସିଏ ମୋ ମାଟି ମାଆ....।।(୧)

ପାହାଡ଼ର ତଳେ ଝରଣାର କୋଳେ

ପକ୍ଷୀର କୁଜନେ ମୃଦୁ ମୃଦୁ ଯହିଁ ବହେ ଦକ୍ଷିଣା ବାଆ

ସିଏ ପରା ମୋ ଗାଁ ....ସିଏ ମୋ ମାଟି ମାଆ ।।(୨)

ଯା କୋଳେ ସୁନେଲି ସ୍ଵପ୍ନ ମୁଁ ଆଙ୍କିଛି

ଉଠିଛି ପଡ଼ିଛି ବଡ଼ ବି ହୋଇଛି

ଦିଏ ମୋ ଜୀବନେ ରାହା

ସିଏ ପରା ମୋ ଗାଁ।......ସିଏ ମୋ ମାଟି ମାଆ ।।(୩)

ନାହିଁ ମୋ ଗାଁରେ ଦେବାଳୟ ସିନା

ଅଛନ୍ତି ଜୀଅନ୍ତା ଦିଅଁ

ଭାଗବତ ଟୁଙ୍ଗୀ ସଞ୍ଜର କେହି ଗୁଣେ କମ ନୁହଁ

ଯେତେ ଦୂରେ ଥିଲେ ବାସନା ତାହାର ଲାଗଇ ସର୍ବଦା ନୂଆ

ସିଏ ପରା ମୋ ଗାଁ ......ସିଏ ଆମ ମାଟି ମାଆ ।।(୪)

ତା ବୁକୁ ଦେଇଛି ଅମୃତ ସନ୍ଧାନ

ତା କୋଳେ ଫୁଟିଛି କେତେ ଯେ ସୁମନ

ସୁରଭିତ ହୋଇ ମହକି ବି ଯିବେ

ଟେକ ରଖିବେ ତା ନାଆଁ

ସିଏ ପରା ମୋ ଗାଁ ......ସିଏ ଆମ ମାଟି ମାଆ ।।(୫)


Rate this content
Log in