STORYMIRROR

Biswajita Baral

Children Stories Others

4  

Biswajita Baral

Children Stories Others

ମୋ ଗାଁ

ମୋ ଗାଁ

1 min
265


ଆସିଛି ଆଜି ମୁଁ ମୋର ସେହି ଗାଁକୁ

   ଖୋଜିବାକୁ ପିଲାଦିନ

ଇଚ୍ଛା ହୁଏ ଆଜି  ଦେଖିବାକୁ ଥରେ

  ମୋର ସେ ଅଭୁଲା ସ୍ଥାନ ।।


ବୟସ ସାଥିରେ  ବଦଳି ଯାଇଛି

    ଠିକଣାଟା ସିନା ମୋର

  ଆଜି ବି ମୋ ମନ ସେଇଠି ରହିଛି

    ଝିଅ ଥିଲି ସେ ଗାଁର ।।


ଆଜି ବି ଖୋଜୁଛି  ରଜ ଦୋଳିକି ମୁଁ

    ତା ସାଙ୍ଗକୁ ପୁଚିଖେଳ

ସାଙ୍ଗସାଥୀ ମେଳେ ଆନନ୍ଦ ବିଭୋରେ

   ବୁଲେ ଆମ୍ବତୋଟା ମାଳ ।।


ଭୋଦୁଅ ମାସରେ ଖୁଦୁରୁକୁଣୀ ଲୋ

    ମନେ ମଙ୍ଗଳା ମନାସି

ଦୁଲ୍ଲଣି ଦୁହିତା ଏକା ତଅପୋଇ      

     ନଈ ତୁଠେ ପୂଜେ ବସି ।।


ଭାରି ମନେପଡେ  ବୋହୂଚୋରି ଖେଳ

    ତା ସାଙ୍ଗକୁ କିତି କିତି

 କୁମାର ପୁନେଇଁ ଜହ୍ନିଓଷା ଯହିଁ

       ସାଥି ମେଳ ଗୁଲି ଖଟି ।।


ବାର ମାସେ ତେର ପୁନେଇଁ ପରବ 

    ସେ ଗାଁରେ ହୁଏ ମୋର

 କେତେ ଯେ ଯାତରା ଦେଖିଛି ମୁଁ ସେଠି

       ହୋଇ ରାତି ଉଜାଗର ।।


ଫେରୁଛି ଆଜି ମୁଁ  ପୁଣି ଆଉ ଥରେ 

    ମୋର ସେ ପୁଣ୍ୟଭୂମିକୁ

 ଯେତେ ସବୁ ସ୍ମୃତି  ହଜି ମୋ ଯାଇଛି

         ପୁଣି ଥରେ ଖୋଜିବାକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍