STORYMIRROR

Akshayakumar Dash

Children Stories Inspirational

4  

Akshayakumar Dash

Children Stories Inspirational

ମୋ ଗାଁ

ମୋ ଗାଁ

1 min
22.4K


ଓଡ଼ିଶାର କେତେ ଗ୍ରାମ ରେ ମୋଗାଁ ମା ପରି ମତେ ଲାଗେ

ଯୁଆଡେ ଗଲେବି ଗାଁ କୁଫେରିଲେ ମୁହଁ ପୋଛିଦିଏ ଆଗେ 

ମୋଗାଁ ଦେବୀ ଭୁବନେଶରୀ କଂ ବେଢାରେ ଜୁହାର କରି

ଫେରିଆସେ ବଳ ସାହସ ମନରେ ଅପାର ଆନଂଦ ଭରି ।

ନଈକୂଳ ବାଲି ଉପରେ ଚାଲି ବି ଥକା ନଲାଗଇ କେବେ

କେଳୁଅ ନଇରେ ସିନାନ ସାରିଲେ ଘରକୁ ଲେଉଟେ ଯେବେ

ବାଟି ବାଟି ବିଲ ଧାନ ମୁଗ ବିରି କୋଲଥ ,ମାଣ୍ଡିଆ ଚାଷ

ଆଳୁ ବାଇଗଣ ସାରୁ କି କଖାରୁ ବରଷକେ ବାରମାସ ।

ବରଷା ଦିନରେ ଛତୁ ଜାମୁକୋଳି ଶୀତଦିନେ ଧାନ କଟା

ନଇଁ ପାଳ ଜାଙ୍କ ପରିବା କୋଲଥ ସବୁଠି ସବୁଜ ଲଟା ।

ଖରାଦିନେ ପାଚେ ଆମ୍ବ ପଣସରେ ଫଳମୂଳ ପିଏ ପଣା

ରଜରେ ଗାଁରେ ଗୋଡି ପଟା ଦୋଳି ପିଠାପଣା ହୁଏ ଛଣା।

ପରବ ସରବ ଦରବ ସରସ ହରସ ବରଷ ଧରି

କରମ ଧରମ ପରମ ଜୀବନ ବିତାଏ ମାଙ୍କୁ ବରି ।

ଗାଈଗୋଠ ଧରି ଚାଲିଗଲେ ମାଟି ପବିତ୍ର ଲାଗଇ କେତେ

ସଂଯବତୀ ଦେଇ ମା ମାଉସୀଙ୍କ ମାନସିକ ଥାଏ ଯେତେ ।

ଝିଅବିଭାଘର,ଗୋପ ଲଷ୍ମୀ ସବୁ ପୁରିଲା ପୁରିଲା ଦିଶେ

ସଞ୍ଜ କି ସକାଳ ରାତି ସାରା ଗାଁ ଉଜାଗର ପରି ମିଶେ।

ନିଧିଆ ଭାଇର ଶାଳରେ ସଂଜକୁ ଲଙ୍ଗଳ ଫାଳକୁ ପିଟି

ଧାରୁଆ କରନ୍ତି ଚାଷୀ ଭାଇମାନେ ନିଆଁ ପଡୁଥାଏ ଛିଟି ।

ମଦନ ଭାଇର କଣ୍ଟ୍ରୋଲ ଦୋକାନ ମିଳେ କିରାସିନି ଚିନି

ସଂଜକୁ ସୁଭଇ ହରିନାମ ତାଳ ମୁରଦଙ୍ଗ ପୁଣି ଗିନି ।

ଭୋରୁ ଭୋରୁ ରାଢ଼ୀ ଘର ଭାଡ଼ି ଚୁଡା କୁଟା ସବଦରେ

ଭାଙ୍ଗିଯାଇ ନିଦ ଦେଖେ କୁଆଁ ତାରା ସୁରଭି ଆନଂଦ ଭରେ ।

ତଂଟି ଘର ତନ୍ତ ଖଟ ଖଟ ବୁଣେ ନାଲି ଗାମୁଛା କି ଶାଢ଼ୀ

ଓଦର ଭିତରେ ଖତ ବୋହି ନିଏ ବିଲକୁ ଶଗଡ଼ ଗାଡ଼ି ।

ମେଳା ମଉଛବ ଗାଁ ସାରା ଲୋକ ପତର ପକାନ୍ତି ଆସି

ବାସି ଚକୁଳିକୁ ରସୁଣ ଲଙ୍କାରେ ଦଳି ଖାଏ ଗାଁ ଚାଷୀ ।

ପୋଖରୀ କରାଣ୍ଡି ନଇରୁ ସେରଣା ପୋଡି ଛେଚି ଦେଇ ଭାତ

କଙ୍କଡା କି ତୋଡି ରସୁଣ ମରିଚ ଟେକିଦେଉଥିବ ହାତ।

ସାରୁ ପୋଇ ଦେଇ ଚୁଁଗୁଡି ଘାଣ୍ଟକୁ ଭୁଲିକି ପାରିବ ଭାଇ

ରଙ୍ଗ ଭରା ମୁଖ ବିମାନ ଫଗୁଣ ଭୋଗ ପାଏ ସାହି ସାହି।


Rate this content
Log in