STORYMIRROR

Prakash Sahoo

Others

3  

Prakash Sahoo

Others

ମୋ ଗାଁ ରାମଚନ୍ଦ୍ରପୁର

ମୋ ଗାଁ ରାମଚନ୍ଦ୍ରପୁର

1 min
27.9K


ମୋ ଗାଁ ରାମଚନ୍ଦ୍ରପୁର

ଯେଉଁ ଗାଁ ରେ ଜନମ ମୋହର
ନାମ ଟି ତାହାର ରାମଚନ୍ଦ୍ରପୁର
ତା କୋଳେ ଶୈଶବ ବିତିଛି ମୋର
ତା ପାଣି ପବନ ବଡ଼ ମଧୁର
ଆମ ଗାଁ ର ସବୁଜ କ୍ଷେତ ସମ୍ଭାର
ଧାନ, ବିରି ,ମୁଗ ଯେତେ ଆହାର
ସବୁ ଚାଷ ହୁଏ ଆମ ଗାଁ ର
ଗାଁ ପାଖେ ଅଛି ବଡ ପୋଖରୀ
ବନସି ରେ ଧରୁ ରୋହି, ମିରିକାଳୀ
ଆସିଲେ ରଜ କି କୁମାର ପୁନେଇଁ
ଦିନ ବିତେ ଗାଁ ମୁଣ୍ଡେ ଗୁଡି ଉଡେଇ
ପୋଡା ପିଠା ଆଉ ଆରିସା ଖାଇ
ଗାଁ ଝିଅ ବୁଲେ ରଜ ଗୀତ ଗାଇ
କୁନି ଝିଅ ଖେଳେ ଧୂଳି ଘର କରି
କେବେ ପୁଣି ଖେଳେ ବୋହୂଚୋରି
ସାଙ୍ଗ ସାଥି ମେଳେ ଥିଲୁ ଏକାଠି
ଆମ ଗାଁ ଲାଗୁଥିଲା ସରଗ ସଠି
ଗାଁ ମୁଣ୍ଡେ ଅଛନ୍ତି ଦଧି ବାମନ
ସଖାଳ ,ସନ୍ଧ୍ୟା ରେ ଦିଅନ୍ତି ଦର୍ଶନ
ଗାଁ ର ଯେତେ ଜାତି ର ଲୋକ ଅଛନ୍ତି
ସଭିଏଁ ମିଶି ଖୁସି ରେ ଦିନ କାଟନ୍ତି
ଆମ ଗାଁ ର ସେହି ଗଳି ର ରାସ୍ତା
ଚାଷୀ ଭାଇ ଫେରେ ଧରି ଧାନ ବସ୍ତା
ଗାଁ ରେ ଆସିଲେ ଦଶହରା ମେଳା
ବିଦେଶ ରୁ ଫେରେ ଆମ ଗାଁ ର ପିଲା
ଆମ ଗାଁ ତିରେ ବହିଛି ବ୍ରାହ୍ମଣୀ ନଦୀ
ସ୍ମୃତି ତାର କରେ ହୃଦୟ କୁ ବନ୍ଦୀ

ପ୍ରକାଶ ସାହୂ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍