STORYMIRROR

Hrusikesh Mishra

Others

3  

Hrusikesh Mishra

Others

ମୋ ଗାଁ ମାଟି

ମୋ ଗାଁ ମାଟି

1 min
14.5K


କଥାରେ କୁହନ୍ତି ଗାଁ ମାଟି ପରା

ସରଗ ଠୁ ଗରୀୟସୀ

ଜନ୍ମ ଭୂମି ମୋର ଆହାକି ସୁନ୍ଦର

ସତେ କି ଶରଦଶଶୀ ।

ସାଗର ମଧ୍ୟରେ ତରଣୀ ଯେସନେ

ଅପରୂପ ମନୋହର

ଜନନୀ ଜଠରୁ ଭୂମିଷ୍ଠ ହୋଇ ମୁଁ

କୃପା ଯେ ଲଭିଲି ତାର ।

ମୋ ଗାଁ ପସରା ଶିରୀ କ୍ଷେତ୍ର ପରା

ଦାଣ୍ଡ ସତେ ବଡଦାଣ୍ଡ

ପୁଷ୍କରିଣୀ ମୋର ନରେନ୍ଦ୍ର ସାଗର

ଶ୍ମଶାନ ଯେ ସ୍ଵର୍ଗଦ୍ଵାର

ବାପା ମା ଆ ମୋର ଚଳନ୍ତି ଠାକୁର

ନିତ୍ୟ ବିରାଜନ୍ତି ତହିଁ

ସେହି ପୁର୍ଣ୍ଣତୋୟା ଭିଟା ମାଟି ମୋର

ନାହିଁ ତା ତୁଳନା ନାହିଁ ।

ମୋ ଗାଁ ଘରଣୀ ଲକ୍ଷ୍ମୀ ସାଆନ୍ତାଣୀ

ଯୋଗଜନ୍ମା ମହିୟସୀ

ତା କଥା ପଦକ ଅମୃତର ଧାରା

ଆହା କେତେ ମିଷ୍ଟଭାଷି

ବାରମାସେ ତେର ପର୍ବ ର ପାଳନେ

ପୁଲକିତ ମୋ ଗାଁ ମାଟି

କୁଆଁର ପୁନେଇଁ , ରଜ ସଜ ଆଉ

ମାଣବସା ଘର ଝୋଟି

କେତେ ବଖାଣିଲେ ନିଅଣ୍ଟ ପଡ଼ଇ

ସବୁ ରିଷ୍ଟ ଯାଏ କଟି

ଗର୍ବରେ ମୁଁ ଆଜି କହି ବୁଲୁଅଛି

ସେହି ମୋର ଗାଁ ମାଟି

ସେହି ମୋର ଗାଁ ମାଟି।

ମିଶ୍ର ହୃଷିକେଶ

କନକ ମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟ

ଖଲ୍ଲିକୋଟ, ଗଂଜାମ


Rate this content
Log in