Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Others

5.0  

Sagar Kumar Parida

Others

ମୋ ଗାଆଁ

ମୋ ଗାଆଁ

1 min
371



କେତେ ଯେ ସମୟ ବହିତ ଗଲାଣି

            ମହାକାଳ ପ୍ରବାହରେ ।

କାହିଁ କେତେ କାଳୁ ଜନ୍ମସ୍ଥଳୀ ମୋର

           ବିରାଜିତ ଏ ଧରାରେ।।୧

ଯା'ର ପାଦ ସଦା ଧୋଇ ଦେଉଥାଏ

            ଉତ୍କଳର ମନ୍ଦାକିନୀ ।

ପ୍ରକୃତି ଲଳନା କେଳିନିକେତନ

           ସର୍ବ ସୁଷମାର ଖଣି ।।୨

ଶସ୍ୟ ସମ୍ପଦରେ ଭରପୁର ସଦା

            ମୋର ଗାଆଁ ବିଲମାଳ ।

ମୋ ଗ୍ରାମ ତୋଟାରେ ବସନ୍ତରେ ଶୁଭେ

            କୋଇଲି ପଞ୍ଚମ ସ୍ୱର।।୩

କବି ଜଗନ୍ନାଥ ମୋ ଗ୍ରାମର ସୁତ

           ଅଦ୍ଵିତୀୟ କବିବର ।

ଲେଖନୀ ମୁନରେ ଝରାଉ ଅଛନ୍ତି

          ଅନେକ କାବ୍ୟ ସମ୍ଭାର।।୪

ମା ବ୍ରାହ୍ମଣୀ ଦେବୀ ଛତ୍ରଛାୟା ତଳେ

           ଗ୍ରାମ ମୋର ସୁରକ୍ଷିତ ।

ପର୍ବ,ପର୍ବାଣୀର ପାଳନେ ସଭିଏଁ

           ହୋଇଥାନ୍ତି ଏକତ୍ରିତ।।୫

ଆଜିର ଯୁଗରେ ଏକତା ଅଭାବ 

          ଦେଖାଯାଏ ଗ୍ରାମେ ଗ୍ରାମେ ।

ମୋ ଗ୍ରାମରେ କିନ୍ତୁ ଏକତାର ମନ୍ତ୍ର 

          ପ୍ରତିଫଳେ ଅବିରାମେ ।।୬

ସରଗୁ ସୁନ୍ଦର ସୁଧାରୁ ମଧୁର 

          ଶାନ୍ତିର ଏ ତପୋବନ ।

ଯା' ଶାକ ତଣ୍ଡୁଳ ମାଟି ବାୟୁ,ଜଳ 

          ଗଢ଼ିଛି ମୋର ଜୀବନ ।।୭

ବୀର ପ୍ରସବିନୀ ମୋ ଗ୍ରାମ ଜନନୀ

          ପଲ୍ଲୀକୁ କରେ ଗର୍ବିତ ।

ତାର ପୁତ୍ର ହୋଇ କୃଷକ, ସୈନିକ

          ଦେଶ ସେବାରେ ଅର୍ପିତ ।।୮

ଯେତେ ଦିନ ମୁହିଁ ରହିବି ମହୀରେ

           ରଖିବି ତାହାରି ନାମ ।

ବିଶ୍ୱ ଦରବାରେ ଚମକିବ ଦିନେ

           ଚଣ୍ଡିମଙ୍ଗଳ ସୁନାମ ।।୯

         

           



Rate this content
Log in