STORYMIRROR

Dr Santosh Kumar Panda

Others

4  

Dr Santosh Kumar Panda

Others

ମୋ ଗାଆଁ ମୋ ସଂସ୍କୃତି

ମୋ ଗାଆଁ ମୋ ସଂସ୍କୃତି

1 min
277


ମୋ ଗାଆଁ ମୋ ସଂସ୍କୃତି ବଦଳିଯାଇଛି

   ବାସୁଛି ସହରୀ ସହରୀ,

ଗାଆଁ ଭୁଆସୁଣୀ ନାଇଟି ପିନ୍ଧିକି

   ବୁଲେ ମୋବାଇଲ ଧରି।


ଭାଗବତ ଟୁଙ୍ଗୀ ରୂପ ବଦଳିଛି

   ହୋଇଛି ନାଇଟ୍ କ୍ଲବ,

ସାହି ସାହି ମେଢ଼ ବାଣିଜ୍ୟ ମେଳାରେ

   ଭିଡ ଜମୁଅଛି ଖୁବ୍।


ଅତିଥି ଆସିଲେ ଘରକୁ କାହାର

   ମିଳୁଥିଲା ଲେମ୍ବୁ ପାଣି,

ଏବେ ଗଲେ ମିଳେ ମାଜା କୋକାକୋଲା

  ଅବା ଟିକେ ନାଲିପାଣି।


ରଘୁ ପାଢ଼ୀ ଝିଅ ପିନ୍ଧୁଛି ସର୍ଟ

   ଡାକୁଛି ମାଆକୁ ମମି,

ବୁଲୁ ଦାସ ପୁଅ ବୋହୁଟେ ଆଣିଛି

  ସେ ଧରିକି ବୁଲୁଛି ଟମି।


ପୁଅ ଝିଅ ସବୁ ଛିଣ୍ଡା ପିନ୍ଧୁଛନ୍ତି

   ବିକୃତ କେଶ ବିନ୍ୟାସ 

ପୂଜା ପାରବଣେ ଡିଜେ ଲଗାଇଣ

   ହୁଏ ଆଧୁନିକ ଡ୍ୟାନ୍ସ।


ଆଧୁନିକତା ନାମେ ପାଶ୍ଚାତ୍ୟ ସଂସ୍କୃତି

  ଅନୁକରଣ ନ କର,

ମୋ ଗାଆଁ ମୋ ସଂସ୍କୃତି ଯଶ କୀରତି

   ରଖତ ଟେକ ତାହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍