STORYMIRROR

Debabrata Jena

Others

3  

Debabrata Jena

Others

ମୋ ଗାଆଁ : ମୋ ମାଆ

ମୋ ଗାଆଁ : ମୋ ମାଆ

1 min
20.2K



ଏଇ ମାଟିରେ ଜନମ ମୋର
ଏଇ ମାଟି ମୋ ମାଆ
ଏଇ ମାଟିର ପାଣି ପବନେ
ଗଢ଼ା ମୋ କ୍ଷୁଦ୍ର କାୟା ।।(୧)

ଏଇ ମାଆର କୋଳରେ ରହି
ପଡ଼ି ଉଠିଛି କେତେ ।
ସେନେହ ଭରା ସରାଗ ତା'ର
ନିଆରା କେଡେ ସତେ ।।(୨)

ତା ବୁକୁ ଚିରି ଦେଇଛି ମୋତେ
ଅମୃତର ସନ୍ଧାନ ।
ତା ହସ୍ତେ କେତେ ଫୁଟିଛି ପ୍ରେମ
ଶରଧାର ସୁମନ ।।(୩)

ତା' ବିଲ ବଣ ସବୁଜ କ୍ଷେତ
ଲାଗଇ କେତେ ଭଲ ।
ତା' ବଳିଦାନ ତ୍ୟାଗର ପରା
ଦେବନି କେହି ମୂଲ ।।(୪)

ତା' କୋଳେ ଖେଳି ବଡ଼ ହୋଇଛି
ମୁହିଁ ଯେ ବର୍ଷ ବର୍ଷ ।
ପ୍ରବାସେ ଥିଲେ ଝୁରି ମୁଁ ହୁଏ
ପାଇବାକୁ ତା' ସ୍ପର୍ଶ ।।(୫)

ଏଇ ମୋ ଘର ଏଇ ମନ୍ଦିର
ଏଇ ମୋ ଷଠୀଘର
ଏଇ ମୋ ମାଆ ଏଇ ମୋ ଗାଆଁ
ଏଇ ମୋ ସ୍ୱର୍ଗପୁର ।।(୬)

ଏଇ ମାଟିରେ ମିଶିବ ଦିନେ
ମୋହରି କ୍ଷୁଦ୍ର କାୟା ।
ମରିବା ଯାଏଁ ନ ତୁଟୁ କେବେ
ତାହାରି ପ୍ରତି ମାୟା ।।(୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍