STORYMIRROR

Pankajini Upadhaya

Others

3  

Pankajini Upadhaya

Others

ମୋ ଦେଶପ୍ରୀତିର ନମୁନା

ମୋ ଦେଶପ୍ରୀତିର ନମୁନା

1 min
304




ଜନନୀ ଜନ୍ମ ଭୂମିଶ୍ଚ

ସ୍ବର୍ଗାଦପି ଗରିୟସୀ

ଦୃପ୍ତ ଝଙ୍କାର

ଉଦବେଳନର ଆବାହନ

ଦେଶପ୍ରେମର ଭାବଧାରାରେ

ପବିତ୍ରତାର ସମୀର

ପ୍ରବହମାନ ।


ନୈସର୍ଗିକ ପ୍ରବୃତ୍ତି ଏ

ଜନ୍ମ ଭୂମି ପ୍ରୀତି

ସବୁରି ହୃଦୟରେ

ଝଙ୍କୃତ

କି ଆବାଳବୃଦ୍ଧ ବନିତା

ଅନୁରାଗରେ

ଅନୁରାଗୀ ସେମାନେ।


ଉତଫୁଲ୍ଲିତ ସମୃଦ୍ଧି

ହୃତ ଗୌରବ

ଦୁର୍ଭାଗ୍ଯର ମୂଳୋତ୍ପାଟନ

ଅବନତିକୁ ଅଣଦେଖା

ପରାଧୀନତା ପ୍ରତି

ବିତସ୍ଫୃହ।


ଦେଶପ୍ରୀତି ସୁବିମଳ

ଉଚ୍ଚ ଚିନ୍ତାଧାରା

ବିକାଶୋନ୍ମୃଖି ପ୍ରବଣତା

ସଂସ୍କୃତିର ମର୍ଯ୍ୟାଦା

ସମ୍ମାନର ଭାବନା

ଦେଶପ୍ରୀତିର

ବିଶାଳ ଏ ନମୁନା।


ମାଆ ଜନ୍ମ ଦିଏ

ସବୁ ଯନ୍ତ୍ରଣାକୁ

ସମସ୍ତ ବିଷକୁ

ନିଳକଣ୍ଠ ପରି ପିଏ

ତାହାର ସଯତ୍ନତା

ସମ୍ମାନ ବୋଧପରି

ଜନ୍ମ ଭୂମି ସର୍ବଂସହା

ତାକୁ ଭଲପାଇବା

ତା'ର ଉନ୍ନତି ଚାହିଁବା

ପ୍ରଗତିର ଶୀର୍ଷକୁ ଛୁଇଁବା।


କରିବାକୁ ହେବ

ଯନ୍ତ୍ରଣାର ଯୂପକାଠିରେ

ଜଳିବାକୁ ହେବ

ସବୁ ଦିଗରୁ

ଉନ୍ନତିର ଚରମତାକୁ

ଛୁଇଁବାକୁ ହେବ

ଶକ୍ତିଶାଳୀ ପ୍ରଭାବଶାଳୀ

ବିତଶାଳୀ

ରାଷ୍ଟ୍ରରେ ପରିଣତ କରିବା।


ସାମଗ୍ରୀକ ବିକାଶର

ସମ୍ଭାବନାକୁ

ଜାଗ୍ରତ କରିବାର

ଚିରନ୍ତନ ପ୍ରଚେଷ୍ଟା

ଅଦମ୍ଯ ଉଦ୍ଦିପନା ତ

ଦେଶପ୍ରେମର ଲକ୍ଷଣ।


ମନେ ପକାଇବା ଅତୀତର

ଗୌରବଜ୍ଜଳ ଅଧ୍ୟାୟକୁ

ତୋ ପୂର୍ବ ପୁରୁଷ

ଜୟ କରଥିଲେ

ଗଙ୍ଗା ଠାରୁ ଗୋଦାବରୀ

ମଧୁବାବୁଙ୍କର ଦୃପ୍ତ କଣ୍ଠର ଡାକରା।


ଇତିହାସର ପୃଷ୍ଠା ଛୁଇଁବା

ମହାତ୍ମା ,ସୁଭାଷ, ଉଦ୍ଦାମଙ୍କ

ଦେଶପ୍ରେମକୁ

ଲକ୍ଷ୍ମୀ ବାଈ, ପଦ୍ମିନୀ,କାରୁବାକିଙ୍କୁ

ଦେଶପ୍ରେମର ଭାବନାରେ

ଶରୀରର ସମସ୍ତ ଅଙ୍ଗରେ

କମ୍ପନର ସୃଷ୍ଟିକୁ ।


କ'ଣ ରୋକି ପାରିବା ?

ଶୁଣିବାନି ଦେଶପ୍ରେମୀଙ୍କ

ବଳିଦାନର କାହାଣୀ

ମାଆକୁ ଭଲପାଇବା

ମାତୃଭୂମିକୁ ଭଲପାଇବା

ନମୂନା ଏ ଦେଶପ୍ରେମର ।


ଭାବ ସେ ଦେଶପ୍ରେମର

ଉତ୍ସର୍ଗୀକୃତ ଜୀବନ ତାହାର

ଗାଇପାରିବାନି

ମିଶୁ ମୋର ଦେହ

ଏ ଦେଶ ମାଟିରେ

ମନେ ପକାଇବାନି ଗୋପବନ୍ଧୁଙ୍କୁ।


ଚିନ୍ତାରେ ଦେଶ

ଚେତନାରେ ଦେଶ

ଆନୁଗତ୍ଯ

ଦେଶ ପାଇଁ

ପ୍ରତିବନ୍ଧକ ସହ

ଲଢେଇ କରିପାରିବାନି।


ଅସୂୟା, ଅସହିଷ୍ଣୁତାକୁ

ତ୍ଯାଗ କରିପାରିବାନି ।


ଧର୍ମରେ ଭେଦ

ଜାତିରେ ଭେଜ

ଅର୍ଥରେ ଭେଦ

ପ୍ରତିଷ୍ଠାରେ ଭେଦ

ପ୍ରତିପତ୍ତିରେ ଭେଦ

ସବୁଥିରୁ ଦୂରତ୍ବ ।


ପାରିବାନି ?

ପବିତ୍ର କ୍ଷେତ୍ର

ଜଗନ୍ନାଥ କ୍ଷେତ୍ର

ପବିତ୍ର ତଟିନୀ ଗଙ୍ଗା

ପବିତ୍ରତାର ସବୁ ସଙ୍ଗମ

ରାଜା, ଋଷି ମାନଙ୍କର ତ୍ଯାଗ

ପାହାଡର ସହନଶୀଳତା

ଜୀବନ ଦାତା ସ୍ରୋତସ୍ବିନୀ

ପବନର ମାଦକତା

କାନନ ,ଉପବନର ସୋମ୍ଯତା

ଯୋଗୀମାନଙ୍କର ଯୋଗବତ୍ତା ।


ମୋ ଭାରତରେ କ'ଣ ନାହିଁ ?

ସୁରକ୍ଷାର ଶୃଙ୍ଖଳଟିଏ

ପିନ୍ଧାଇଦେଲେ

ଦେଶପ୍ରମର ଗଙ୍ଗା

ହେବ ପ୍ରବାହିତ

ଦେଶର ସୁରକ୍ଷା

ମୋର ରକ୍ଷା

ଏ ନାରାବାଜୀ

ମୋ ଦେଶପ୍ରୀତିର ନମୁନା

ମୋ ଦେଶପ୍ରୀତିର ନମୁନା।

ପଙ୍କଜିନୀ ଉପାଧ୍ଯାୟ

~~~~~~~~~

ଅରଙ୍ଗାବାଦ

~~~~~~~~


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍