ମୋ ଦେଶ
ମୋ ଦେଶ
1 min
233
ଗଙ୍ଗା ଜାର ଜଳ
ହିମାଳୟ ବଳ
ସାଗର, ତଟିନୀ ଧରା,
ପରବତ ବନ
ସୁନା ମାଟି ଧନ
ସବୁଜ ସୁଷମା ଭରା ।
ବେଦ ସୃତି ମୟ
ପୁରାଣର ଜୟ
ଜୀବନ ସଙ୍ଗୀତ ଜାଣି,
ନିର୍ମଳ ଆକାଶ
ଜ୍ଞାନର ବିକାଶ
ଶୁଣାଏ ବୁଦ୍ଧଙ୍କ ବାଣୀ ।
ମୁନି ଋଷି ତପ
ଏକାକ୍ଷର ଜପ
ସନ୍ତୋଷ ସରଳ ମନ,
ସଂନ୍ଥ ସାଧକ
ମହାତ୍ମା ଅଧିକ
ସେବାକୁ ମହତ ଧନ ।
ସକଳ ଭିତରେ
ଈଶ୍ୱର ଅନ୍ତରେ
ଭାବରେ ଗୋଟିଏ ଧାରା,
ଜଗତ କଲ୍ୟାଣ
ମହତ ପରାଣ
ଭାରତ ମହାନ ସାରା ।
ମୁସଲିମି ହିନ୍ଦୁ
ଖ୍ରୀଷ୍ଟ ସିକ ବିନ୍ଦୁ
ଜଳର ପ୍ରବାହ ସିନ୍ଦୁ,
ଅନେକରେ ଏକ
ମାନବତା ଭେକ
ଥାଏ ଭାଇ ଚାରା କିନ୍ତୁ ।
ଲୋକଙ୍କ ହିତରେ
ସ୍ୱରକୁ ଗୀତାରେ
ପାଳନକରିବା ଧାରା,
କରନ୍ତି କରମ
ସବୁରି ଧରମ
ମୋ ଦେଶ ଭାରତ ସାରା ।
