ମୋ ବିଦ୍ୟାଳୟ
ମୋ ବିଦ୍ୟାଳୟ
1 min
495
ମନ୍ଦିର ସମାନ ଅଟେ ବିଦ୍ୟାଳୟ
ଯୋଉଁଠି କଟିଛି ମୋ ପିଲାବେଳ ।।
କଞ୍ଚା ମାଟି ପରି ଥିଲି ମୁଁ ଅରୁପ
ଯାହାର ଛୁଆଁରେ ପାଇଛି ସ୍ଵରୂପ ।।
ସଂସାରେ ଆଜି ଯେତେ ସନମାନ
ସବୁ ଅଟଇ କେବଳ ତା'ରି ଦାନ ।।
ଗୁରୁଜୀ ଗଢିଲେ ମୋ ଶିକ୍ଷାର ତନୁ
ମନ୍ଦ ଚିନ୍ତା ସବୁ ହରିଲେ ମନୁ ।।
ବାଲ୍ୟ ସ୍ମୃତି ଧରି ସେ ଟେକିଛି ମଥା
ଦେଖି ତାକୁ ମନେପଡଇ ଅତୀତ କଥା ।।
ତା ବଗିଚା କୂଳେ ଖେଳିଛି କେତେ
ଗଛରୁ ତୋଳି କୋଳି ଖାଇଛି ଯେତେ ।।
ତା'ପରି ଆଉ କିଏ ଜଗତେ କାହିଁ
ତା' ସେନେହ ଶରଧା ଭୁଲିବି ନାହିଁ ।।
ଗରବେ କହିବି ମୁଁ ତା'ରି ପିଲା
ଯୋଉଁଠି ମୋର ପିଲାବେଳ କଟି ଥିଲା ।।
