STORYMIRROR

Rajendra Giri

Others

3  

Rajendra Giri

Others

ମୋ ବିଦ୍ୟାଳୟ

ମୋ ବିଦ୍ୟାଳୟ

1 min
517


ମନ୍ଦିର ସମାନ ଅଟେ ବିଦ୍ୟାଳୟ

ଯୋଉଁଠି କଟିଛି ମୋ ପିଲାବେଳ ।।


କଞ୍ଚା ମାଟି ପରି ଥିଲି ମୁଁ ଅରୁପ

ଯାହାର ଛୁଆଁରେ ପାଇଛି ସ୍ଵରୂପ ।।


ସଂସାରେ ଆଜି ଯେତେ ସନମାନ

ସବୁ ଅଟଇ କେବଳ ତା'ରି ଦାନ ।।


ଗୁରୁଜୀ ଗଢିଲେ ମୋ ଶିକ୍ଷାର ତନୁ

ମନ୍ଦ ଚିନ୍ତା ସବୁ ହରିଲେ ମନୁ ।।


ବାଲ୍ୟ ସ୍ମୃତି ଧରି ସେ ଟେକିଛି ମଥା

ଦେଖି ତାକୁ ମନେପଡଇ ଅତୀତ କଥା ।।


ତା ବଗିଚା କୂଳେ ଖେଳିଛି କେତେ

ଗଛରୁ ତୋଳି କୋଳି ଖାଇଛି ଯେତେ ।।


ତା'ପରି ଆଉ କିଏ ଜଗତେ କାହିଁ 

ତା' ସେନେହ ଶରଧା ଭୁଲିବି ନାହିଁ ।।


ଗରବେ କହିବି ମୁଁ ତା'ରି ପିଲା

ଯୋଉଁଠି ମୋର ପିଲାବେଳ କଟି ଥିଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍