ମୋ ବାବା ମାମା
ମୋ ବାବା ମାମା
ବାବା ମୋର କେତେ ଭଲ
ପେଣ୍ଠକୁ ବୁଲାଇ ନିଅନ୍ତି ।
ଜାତ ଦେଖିବାକୁ ସାଥିରେୁ ଗଲେ
ଦୋଳିରେ ଝୁଲାଇ ଦିଅନ୍ତି ।।
ଚକୋଲେଟ୍ ଆଇସକ୍ରିମ୍
ଖେଳନା କିଣି
ମୋତେ ଆଣି ସେ ଦିଅନ୍ତି ।
ମୋର ଖୁସି ଦେଖିଲେ ସିଏ
ଖୁସି ହୋଇ ସାଥେ ଡ଼ି଼ଅନ୍ତି ।।
ମମା ମୋର ଭାରି ଭଲ
ବୁଝେଇ ସୁଝେଇ ବତାନ୍ତି ।
ଗୋଲ ଲେଖୁ ଥିବୁ
ଠିକ୍ ପଢୁଥିବୁ
ସବୁ ବେଳେ ସେ କହନ୍ତି ।।
ଗଣିତ ଜାଣିଲେ ଜଗତ ଜିଣିବା
ଏହାକୁ କାନରେ କୁହନ୍ତି ।
ସଭିଙ୍କ ସାଥିରେ ମିଶି ଗାଉଥିଲେ
ନିଜ ଛାତିକୁ ଫୁଲେଈ ଦିଅନ୍ତି ।।
ବାବା ମାମା
ମୋର ଦେବତା ସମାନ
ମାନୁ ଥିବି ତାଙ୍କ ବଚନ ।
ଆଶୀର୍ବାଦେ ତାଙ୍କ ମୋର ଉନ୍ନତି
ଏହା ହିଁ ବେଦ ଆଉ ବିଜ୍ଞାନ ।।
