ମଣିଷ ଓ ମସଲା
ମଣିଷ ଓ ମସଲା
1 min
24K
ଜୀବନ ଏକ ହାଣ୍ଡିଶାଳ
ଯେଉଁଠି ଥାଏ ଭିନ୍ନ ମସଲା
ନାନା ରଙ୍ଗ ବେରଙ୍ଗ ସୁଆଦ
କେବେ ଥଣ୍ଡା କେବେ ତତଲା ।
ହୁଏ ଏଠି ନିତି ରନ୍ଧା ରାନ୍ଧଣା
କେତେ ତର୍ଜମା ଓ ମଜା ମାଜଣା
କେବେ ଫିଟି ଯାଏ ନିର୍ଯ୍ୟାସ
କେବେ ପ୍ରଶ୍ନ ହୁଏ ଅଜଣା ।
ଭେଳିକି ଭେଳି ଲୋକଙ୍କର ଏଠି
ଭେଳିକି ଭେଳି ପସନ୍ଦ
ମିଠା ଖଟା ପିତା କସା ରାଗ
ସବୁଥିରେ ଥାଏ ଆନନ୍ଦ ।
ମସଲା ହେଉ ବା ମଣିଷ
ନାନା ମୁନି ହେଲେ ନାନା ମତ
ତାଳେ ତାଳ ଦେଇ ସବୁକୁ ମିଶାଇ
ରାନ୍ଧିଦେଲା ଯିଏ ସେ ସମର୍ଥ ।
