ମନକଥା
ମନକଥା
1 min
15K
ଦୁଃଖ ର ସାଗରରେ,
ପହଁରି ଚାଲିଥିବା ବେଳେ,
ସବୁ ଦୁଃଖକୁ ସାଉଁଟି ନେବି,
ମୋ ଛିଣ୍ଡା ପଣତରେ,
ଜାବୁଡି ଧରିବି ହୃଦୟରେ,
ପୋଛି ଦେବି ଆଖିର ଲୁହରେ,
ଦୁଇ ଆଖିରେ ଦେଖିନେବି
ତୁମ ମୁହଁକୁ......l
ପଢିଦେବି ଏକା ନିଶ୍ଵାସ ରେ
ତୁମ ହୃଦୟ କୁ......,
ନା ଅଛି କାମନା ନା ଅଛି ବାସନା,
ନା ଅଛି ହଜି ହଜେଇବାର ଭୟ,
ସମ୍ପତ୍ତି କେବଳ ମୋର,
ମୁଠା ମୁଠା କୋହ,
ଚାହିଁ ରହିଛି ତୁମ ଫେରିବାକୁ......,
ମନେ ନେଇ ଅସୁମାରୀ ଆଶା,
ଆଉ ଆଞ୍ଜୁଳାଏ ସ୍ନେହ.....l
ଅରୁଣା କର
06:10:18
ଭୁବନେଶ୍ବର
