STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମନେରହିଯାଏ ଏମିତି କେତେ

ମନେରହିଯାଏ ଏମିତି କେତେ

1 min
109

 ବେଦନା ବିଧୂର

   ମନ ତଳେ ବନ୍ଧୁ

    ଅତୀତ ପ୍ରତୀତ ‌ହୁଏ

 ଆବେଗତା ଭରା  ଅନେକ ଇଚ୍ଛା

  ଅକୁହା କାହାଣୀ କହେ

 ସେଦିନ ଯେମିତି ଶିହରୀ ଉଠିଲା

   ତୁମକୁ ଦେଖିଲି ଯେବେ ।।

 

 ଅଭୁଲା ସେନେହ

  ସୁଆଗ କିପାଇଁ

   ପଲକେ ପଲକେ ଯାଗେ

 ସପନେ ସପନେ  ସେଇ ପ୍ରତିଛବି

  ଲଟକେଇ ହୁଏ ଆଗେ

 ଅସ୍ପଷ୍ଟ ହେଲେବି ସେଇ ମୁହଁ ଘର

    ଦୁଆର ମୁହଁରେ ଦିଶେ ।।

 

 ଏଇ ମେଘଭରା

   ଆକାଶ ଆଙ୍କିଛି

    ସେଦିନର ସେଇ ଚିତ୍ର

 ତାରା ରାଇଜର  ପରୀ ପ୍ରାୟ ତୁମେ

  ମୋହି ନେଇଥିଲ ଚିତ୍ତ

 ତୁମ ପ୍ରତିଶୃତି ପାଣିଗାର ସମ

    ଜାଣି ବି ସପନ ଦେଖେ ।।

 

 ପ୍ରତିଶୃତି,ପ୍ରତାରଣା 

   ବିଚ୍ଛେଦରେ

    ଦିନ, ରାତି ଜଳୁଥାଏ

 ଅଗ୍ନି ଦଗ୍ଧିଭୁତ  ମାନସ ପଟଳେ

   ସେଇ ସ୍ମୃତି ଉଙ୍କି ମାରେ

 ଜଂଜାଳ ଜାଳେ ବି ସାଇତି ରଖିଛି

    ଏ ଜୀବନ ଅସ୍ତରାଗେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍