STORYMIRROR

Prakash Sahoo

Others

2  

Prakash Sahoo

Others

ମନେପଡେ

ମନେପଡେ

1 min
13.1K


ସେହି ଅଙ୍କାବଙ୍କା ରାସ୍ତା

ସେହି ବାଇ ଚଢେଇ ବସା

ସେହି ପଖାଳ କଂସା

ସେହି ନୂଆବୋହୂ ଲାଜ

ସେହି ଚଉଁରାର ମୁରୁଜ

ସେହି ରଜ ମଉଜ

ସେହି ଆମ୍ବ ବଉଳ

ସେହି ଶୀତ ସକାଳ

ମନେପଡେ....

ସେହି ମନ୍ଦିର ବେଢା

ସେହି ଅନ୍ନ ଅବଢ଼ା

ସେହି ଭାଗବତ ଟୁଂଗୀ

ସେହି ଚକୁଳିଆ ଯୋଗୀ

ସେହି ମଝି ପୋଖରୀ

ସେହି ଧାନ କିଆରି

ସେହି ଫଗୁ ଅବିର

ସେହି ଦୋଳ ଜାଗର

ମନେପଡେ...

ସେହି ଜହ୍ନ ରାତି

ସେହି ବର୍ଷାର ରାତି

ସେହି ଚକାଚକା ଭଉଁରୀ

ସେହି ମାମୁଁ ଘର ଚଉଁରୀ

ସେହି ନଈର ତୁଠ

ସେହି ମା ମଙ୍ଗଳା ମଠ

ସେହି ଝାଟି ମାଟି

ସେହି ଚିତା ଆଉ ଝୋଟି

ସେହି ମା କୋଳେ ଅଝଟ

ସେହି ବାପାଙ୍କ ଆକଟ

ମନେପଡେ....

ସେହି ସାଙ୍ଗସାଥି ମେଳ

ସେହି ବାଗୁଡିର ଖେଳ

ସେହି ବରଗଛ ଓହଳ

ସେହି ରଜ ପୋଡ଼ ପିଠା

ସେହି ବରକୋଳି ଖଟା

ସେହି ବନସି କଣ୍ଟା

ସେହି ମଳୟର ବାସ୍ନା

ସେହି ଅଗ୍ନି ପୂର୍ଣ୍ଣିମା

ସେହି ଚାଟଶାଳୀ…..

ସେହି ଶିକ୍ଷକଙ୍କ ଗାଳି

ମନେ ପଡେ...

ପ୍ରକାଶ ସାହୁ


Rate this content
Log in