STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

ମନେ ଅଛି

ମନେ ଅଛି

1 min
273


ଯୌବନ ନୂଆ ନୂଆ

ପାଦ ଥାପିଥିଲା ଅଚିହ୍ନା ସହରରେ,

ଅନେକ ଗୋଲାପ ଫୁଲ

ଅଜାଣତରେ ଫୁଟିଥିଲା ପାଦତଳେ ;

ହେଲେ କାଇଁ ଆଜି

 ଯାଇଛି ହଜି

କଢିଟେ ବି ନାହିଁ ଶରଧାରେ

ପାଖୁଡା ସବୁ ସାଙ୍କୁଡି କି ଗଲା

ନିର୍ଜୀବ ବ୍ଯସ୍ତତା ଆଳର !


ଅବଶ୍ୟ ନୂତନତା ବ୍ଯଗ୍ରଭରା

ଆବେଗମୟ ବଗିଚାରେ,

ଜୀବନ୍ତ ସୁପ୍ତ କୁସୁମ ସମ୍ଭାର

ପୁଲକିତ ସ୍ପର୍ଶ ଆସରରେ ;

ସେହି ଟିକକ

ଏତେ କ୍ଷଣିକ

ସବୁଜମୟ ହୃଦୟ କାନ୍ଥରେ

ତଥାପି ଏ ନୁହେଁ "ଗିନିଜ୍ ଓ୍ବାର୍ଲ୍ଡ ବୁକ୍"

ରେକର୍ଡ ଭାଙ୍ଗିବ କେ ଆଉ ଥରେ ।


             


Rate this content
Log in