STORYMIRROR

Santosh Pattnayak

Others

3  

Santosh Pattnayak

Others

ମନ ମୋ ଦେଲି ତୁମକୁ

ମନ ମୋ ଦେଲି ତୁମକୁ

1 min
13.7K


ତୁମକଥା ଭାଳେ ସଞ୍ଜବତୀ ଜାଳେ

ଆଶା ତୁମ କୃପା ବାରିକୁ

ଅମୃତ କରୁଣା ନ କରିବ ଊଣା

ଘୁଞ୍ଚାଅ ଦୁଃଖି ଦୁଃଖକୁ…..

କେଉଁ କୁଞ୍ଜେ ଅଛ ରାସରେ ରସିଛ

ଅବା ଫୁଲ ସୁରଭିରେ

ମନ୍ତ୍ର,ଯନ୍ତ୍ର, ତନ୍ତ୍ର ଜଣା କିବା ମୋତେ

ସ୍ମରେ ଯାହା ଭକତିରେ….

କି’ଅଛି ବିଶ୍ଵାସ ଚାଲୁଥିବ ଶ୍ଵାସ

ଭରଷାକି ଜୀବନକୁ

ତୁମରି ଭରଷା କରି ଶେଷ ଆଶା

ମନ ମୋ’ ଦେଲି ତୁମକୁ…..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍