STORYMIRROR

Sudhanjali Mishra

Others

3  

Sudhanjali Mishra

Others

ମକରଲୋ ....

ମକରଲୋ ....

1 min
220

ଲୋକ ଗୀତ ବା କବିତା 

 ମକରଲୋ ....

ପୁଷମାସ ଗଲା ସରି ମାଘମାସ ଶୀତ

ପଡୁଛି ହୁରି..ମକରଲୋ ...

ବୁଢାବୁଢି ସବୁ ଗଲେ ଥରି ..ମକରଲୋ ...।

ସଙ୍ଗାତ ସହ ବଉଳ,ସାଙ୍ଗ ସାଥି ସବୁ 

ହୋଇଣ ମେଳ..., ମକରଲୋ .....

ଗୁଡି ଉଡାଇ ଖେଳିଲେ ଖେଳ.. ମକରଲୋ ...।

ମକର ଆଣିଛି ବାର୍ତ୍ତା ଆଗକୁ ଗାଇବ ବସନ୍ତ 

ଗାଥା ...ମକରଲୋ ....

ଫୁଲଫଳରେ ଧରା ମଣ୍ଡିତା ...ମକରଲୋ.....।

ସୂରୁଯ ଉତ୍ତରାୟଣ ପ୍ରଖର ହୋଇବ

ସୂର୍ଯ୍ୟ କିରଣ ....ମକରଲୋ ...

ହୁଅ ଭାଇ ସବୁ ସଚେତନ ...ମକରଲୋ ....।

ଗଛ ଲତା ନ କାଟିବା ପଶୁ ଓ ପକ୍ଷୀ

ଆଶ୍ରୟ ଦେବା ...ମକରଲୋ ....

ସର୍ବେ ଶାନ୍ତି ଆନନ୍ଦେ ବଞ୍ଚିବା ..ମକରଲୋ ....।

ଦୂଷିତ ହୋଇଛି ଜଳ ପରିବେଶକୁ କରିବା

ନିର୍ମଳ ....ମକରଲୋ ....

ସ୍ବଚ୍ଛତା ଆଣିବା ହୋଇମେଳ ..ମକରଲୋ ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍