STORYMIRROR

Arjun Sahu

Others

3  

Arjun Sahu

Others

।। ମକର ।।

।। ମକର ।।

1 min
252

ନୂଆ ବରଷର ପ୍ରଥମ ପରବ

ମକର ଆସିଛି ଧରାରେ

ଗାଁ ଜନପଦେ ଆନନ୍ଦ ଉଲ୍ଲାସ

କଳିତ ନୁହେଁ ତା ଭାଷାରେ ।।

ଉତ୍ତରାୟଣକୁ ସୂରୁଯ ଢଳିବେ

ଦିନାବଧି ଯିବ ବଦଳି

ମନ୍ଦ ମନ୍ଦ ହୋଇ ମଳୟ ସମୀର

ମନ ମତୁଆଲା କଲାଣି ।।

ନୂଆ ଚାଉଳର ମଳୁଖ ଚୁନାରେ

ନୂଆ ଗୁଡ଼, ଦୁଗ୍ଧ, ଘୃତ

କେତେ ଚିଜ ପଡି ମକର ହୋଇଛି

ସ୍ୱାଦ ତା ନୁହେଁ କଳିତ ।।

ଗାଁ ଦେବା ଦେବୀ ପୀଠେ କଳରୋଳ

ନାନା (ପୂଜକ)ଙ୍କର ମନ୍ତ୍ର ପାଖରେ

ଭକ୍ତି ଭାବନାରେ ପୂଜା ପ୍ରାର୍ଥନାରେ

ମକର ହେଲାଣି ଭୋଗରେ ।।

ବନ୍ଧୁ ପରିଜନ ମେଳରେ ସଭିଏଁ

ଭୁଞ୍ଜି ବସିଲେଣି ମକର

କେଡେ ଯେ ମହାନ ସଂସ୍କୃତି ଆମର

ପାଳନେ ଅପୂର୍ବ ସମ୍ଭାର ।।

ପରସ୍ପର ମିଳି ଶୁଭେଚ୍ଛା ଜଣାନ୍ତି

ଭୁଲି ଭେଦା ଭେଦ ନିଜର

ଭାଇଚାରା ସୃଷ୍ଟି କରେ ଏହିଠାରୁ

ନୁହେଁ କେ ପର ଆପଣାର ।।

ଜଗତ ଈଶ୍ୱର ଦୟା ରଖିଥାନ୍ତୁ

ମହାନ ଓଡ଼ିଆ ଜାତିରେ

ସ୍ନେହ ସୋହାଗରେ ମାଠି ମୁଠି ହୋଇ

ରହିଥାନ୍ତୁ ସର୍ବେ ସୁଖରେ ।।



Rate this content
Log in