Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Others

3  

Maheswar sahoo

Others

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
430



ମକର ପାଖରୁ,   ଚକରେ ଚକରେ,

    ଦିନ ହୋଇଥାଏ ବଡ଼ ।

ଅମର ସଂସ୍କୃତି,    ନିଆରା ପରବ,

    ସ୍ନେହ ସମ୍ପର୍କର ଜଡ ।।

ସଂକ୍ରାନ୍ତି ଦିନରେ,  ଘର ଦ୍ୱାର ଦାଣ୍ଡ,

    କରାଯାଏ ପରିଷ୍କାର ।

ଆମରି ପରବ,    ଦିଅଇ ଆହ୍ୱାନ,

     ସ୍ୱଚ୍ଛ ଶାନ୍ତି ମୈତ୍ରୀର ।।

ସ୍ନାହାନ ସଉଚ୍ଚ,   ହୋଇଣ ସଭିଏଁ,

    ମୁନିଙ୍କୁ ଦେଇ ମୂର୍ତ୍ତିକା ।

ଉଷୁମ ନିଅନ୍ତି,    ଜାଳି ଶୁଷ୍କ ପତ୍ର,

    ଉଜ୍ଜ୍ୱଳ ହେଉ ଜୀବିକା ।।

ମାନବ ଜୀବନ,    ପରବ ବନ୍ଧନ,

    ସ୍ନେହ ପ୍ରୀତି ଭକ୍ତି ସାଥେ ।

ମକର ସଂକ୍ରାନ୍ତି,  ଶୀତୁଆ ଦାଢ଼ରେ,

    ଧାର୍ମିକ ମହତ୍ତ୍ୱ ପଥେ ।।

ନାନା ମୁନି ଋଷି,    ହୁଅନ୍ତି ପୂଜିତ,

    ଆମରି ଉତ୍କଳ ଧାମେ ।

ମକର ବଢାରେ,  ହୁଏ ଭୋଗ ରାଗ,

   ସର୍ବ ଦେବାଦେବୀ ନାମେ ।।

କଦଳୀ ଓ ଗୂଡ଼,  ନୂଆ ଧାନ ଚୁନା,

    ମକର ବଢାର ପାଇଁ ।

ହୁଅଇ ସ୍ୱାଦିଷ୍ଟ,  ଚୁଡା ଖଜା ସାଥେ,

    ଗଗନେ ଗୁଡି ଉଡାଇ ।।

ଚାଷୀ ଭାଇ ଖୁସି, ଶସ୍ୟ ଅମଳରେ,

    ବଣ୍ଟାଇ ଭାତୃତ୍ବ ପ୍ରୀତି ।

ଧରା ଧାମ ଆଜି,   ସ୍ୱଚ୍ଛ ଓ ପବିତ୍ର,

    ଚାଷୀକୁଳ ହେଉ ଶାନ୍ତି ।।



Rate this content
Log in