STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

"ମକର ମକର୍ଲା ମକର ମିଳନ"

"ମକର ମକର୍ଲା ମକର ମିଳନ"

1 min
590


(ଏକ ଭିନ୍ନ କବିତା-' ମ' ଅନୁପ୍ରାସରେ ଲେଖି ଓ ପାଦ ଗୁଡିକୁ ୧୨ ୮ ଅକ୍ଷରରେ ରଖି ଏକ ଭିନ୍ନ ରସର କବିତା ରଚନାର ପ୍ରୟାସ ମାତ୍ର)


 ମକରେ ମକର ମକରନ୍ଦ ମାଖି

   ମକର କୁଣ୍ଡଳ କର୍ଣ୍ଣେ,

ମକର ବାହିନୀ ଜଳେ ସନ୍ତରଇ

  ମକରାକ୍ଷ ଠାଣି ଯେହ୍ନେ।


ମକରା ମକର୍ଲା ଅପେକ୍ଷିଣ ଅଛି

  ମୋହେ ମକରିକା ତା'ର,

ମକରନ୍ଦବତୀ ମାଳ ଗୁନ୍ଥିଅଛି

   ମକର ଚାଉଳ ହସ୍ତର।


ମକର କ୍ରାନ୍ତିର ମକରାକରେ ଯେ

   ମକର କେତନ ଥୋଇ   

ମକର ବସିଲେ ମକର ମକର୍ଲା

   ମକରାସନରେ ରହି ।


ମକରଧ୍ଵଜ, ମକରାଶ୍ଵ ଆଦିଣ

   ମହୀକୁ କରି ପ୍ରବାସ

ମକର ମଙ୍ଗଳ ଶୁଭ ଦିନେ ଆଜି

   ମନାସିଲେ ଶୁଭାଶିଷ।


ଶବ୍ଦାର୍ଥ- ମକର୍ଲା-ବୁଢୀଆଣୀ

ମକରକୁଣ୍ଡଳ-ମକରଆକୃତିବିଶିଷ୍ଟ କର୍ଣ୍ଣଭୂଷଣ

ମକରିକା-ଲଲାଟରେ କସ୍ତୁରୀ ଓ ଚନ୍ଦନାଦି ଦ୍ବାରା ମକରାକାରରେ ଅଙ୍କିତ ଚିତ୍ର; ଚନ୍ଦନପାଟୀ।

ମକର କେତନ-ପତାକା, ଧ୍ବଜ ; ଯାହଙ୍କ ଧ୍ଵଜରେ ମକରର ଚିତ୍ର ଅଙ୍କିତ ...

ମକର କ୍ରାନ୍ତି-ନିରକ୍ଷ ବୃତ୍ତଠାରୁ 23' ଅଂଶ ଦକ୍ଷିଣରେ କଳ୍ପିତ ରେଖା

ମକର ଚାଉଳ-ମକରସଂକ୍ରାନ୍ତି ଦିନ ଦେବତାଙ୍କୁ ଭୋଗ କରାଯିବା ଗୁଡ଼ମିଶ୍ରିତ ଅପକ୍ବ ତଣ୍ଡୁଳ— 

ମକରଧ୍ବଜ-ହନୁମାନଙ୍କର ପୁତ୍ରବିଶେଷ

ମକରନ୍ଦ-ପୁଷ୍ପରସ; ପୁଷ୍ପ ମଧୁ

ମକରନ୍ଦବତୀ-ପାଟଳି ଫୁଲ

ମକର ବାହିନୀ-ଜାହ୍ନବୀ; ଗଙ୍ଗା

ମକର ମଙ୍ଗଳ-ମନୁଷ୍ଯର ଜନ୍ମକାଳୀନ ଜ୍ଯୋତିଷୋକ୍ତ ଶୁଭ ଯୋଗବିଶେଷ; 

ମକର ସଂକ୍ରାନ୍ତି-ଯେଉଁ ସଂକ୍ରାନ୍ତିରେ ସୂର୍ଯ୍ୟ ଧନୁ ରାଶିରୁ ଯାଇ ମକରରେ ପ୍ରବେଶ କରନ୍ତି

ମକରା-ଆଟୁ କରିବା ପାଇଁ ଘରର କାନ୍ଥ ଉପରେ ପଡ଼ିଥିବା ଧାରଣା ...

ମକରାକର-ସମୁଦ୍ର

ମକରାକ୍ଷ-ରାବଣର ସେନାପତିବିଶେଷ

ମକରାଶ୍ଵ-ବରୁଣଦେବ

ମକରାସନ-ଯୋଗାସନବିଶେଷ

ମକର- ମକର ପର୍ବ, ସଙ୍ଗାତ, ବନ୍ଧୁ

ମକର-ଏ ଶବ୍ଦର ଅପଭ୍ରଂଶ ମଗର। ଏକ ଶୃଙ୍ଗ ବିଶିଷ୍ଟ ମତ୍ସ୍ୟ ବିଶେଷ; ମଗର; ଖଣ୍ଡା ମଗର (ଏହାର ଉପର ଓଠରୁ ଗୋଟିଏ ଶୃଙ୍ଗ ଦୁଇ ପାଖେ ପାନିଆ ପରି ଦନ୍ତୁରିତ ହୋଇ ଆଗକୁ ବାହାରିଥାଏ।) 



Rate this content
Log in