ମିଟୁ
ମିଟୁ
1 min
517
ବାପା ଆଣିଥିଲେ
ଲୁହା ପଞ୍ଜୁରୀରେ
ମିଟୁ ବୋଲି ଗୋଟେ ଶୁଆ,
ଦିନ କେଇଟାରେ
ଶୁଣି ଶୁଣି କରି
ଡାକିଲାଣି ବାପା ମାଆ ।
କେବେ ଡାକୁଥାଏ
ରାମ ରାମ ବୋଲି
କେବେ ଡାକେ ଚକ୍ରଧର,
ଦେଖିଲେ ବିରାଡ଼ି
ଛାଡୁଥାଏ ରଡି
ରକ୍ଷାକର , ରକ୍ଷାକର ।
ସବୁଜ ଦେହକୁ
ଡେଣାରେ ତାହାର
ଦିଶୁଥାଏ ଟିକେ କାଳି
ଆଖି ଦୁଇଗୋଟା
ଦିଶଇ ନେଳିଆ
ବେକତଳ ଗୋଟା ନାଲି ।
