STORYMIRROR

Santosh Pattnayak

Others

4  

Santosh Pattnayak

Others

ମିଠା ସପନ

ମିଠା ସପନ

1 min
246

ସପନେ ଦେଖିଲି ଗାଧୋଇବା ପାଇଁ  

ନଈକି ଯାଇଚି ମୁହିଁ 

ନଈକି ଦେଖିଲି ଆଚମ୍ବିତ ହେଲି

ଟୋପେ ବୋଲି ପାଣି ନାହିଁ

ପାଣିତକ ସବୁ ପାଲଟିଛି ମହୁ 

ବହୁଛି ମହୁର ସୁଅ 

ଭାସୁନାହିଁ ଫେଣ ଭାସୁଛି ଯେ' ଫେଣି 

ଭାସୁଅଛି ଗୁଆ ଘିଅ ।


ପଡ଼ିଲା ନଜର ଟିକିଏ ଦୂରକୁ 

ଭାସୁଛି ଗୋଟିଏ ଭେଳା 

ଭେଳା ଦେଖିବାକୁ ଗଲି ମୁଁ'ପାଖକୁ 

ମନ ଖୁସି ହେଇଗଲା

ଝିଲାପିରେ ଗଢ଼ା ଭେଳାରେ ଲାଗିଛି

ଛେନା ମୁଡ଼ୁକିର କାତ 

ବସି ପଡ଼ିଲି ମୁଁ ' ସେ ଭେଳା ଉପରେ 

ଜୋରରେ ଚ଼ାଲିଲା ସେ'ତ ।


ପହଞ୍ଚିଲି ଯାଇ ରାଜ ମହଲରେ 

ମିଶ୍ରିରେ କାନ୍ଥ ତିଆରି 

କେଉଁଠାରେ ଥିଲେ ଦୂତଗଣ୍ଡେ ଆସି 

ନେଇଗଲେ ମୋତେ ଧରି

ଜେମା ବସିଥିଲେ ଖଜା ସିଂହାସନେ

ଗଜାର ମୁକୁଟ ପିନ୍ଧି 

ତାଙ୍କ ଆଦେଶରେ ଦୂତ ମାନେ ମୋତେ 

ପକାଇଲେ ପୁଣି ବାନ୍ଧି ।


ରାବିଡ଼ି ଖାଲରେ ଫୋପାଡ଼ି ଦେଲେ ସେ'

ଢ଼ାଳିଲେ ଉପରେ ସିରା 

ରସଗୋଲା ବମ୍ ମାରି ମାରି ମୋତେ 

କରିଦେଲେ ଦରମରା

ଆଁ' କରିଦେଲି ପାଟିରେ ପଶିଲା 

ବଡ଼ବଡ଼ ରସଗୋଲା 

ସକାଳ ହେଲାଣି ଉଠିପଡ଼ ବାବୁ 

ମାଆ ଆସି ଡ଼ାକିଦେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍