ମିତ ବସିଛି ମୁଁ ଶୀତ ସାଥିରେ,
ମିତ ବସିଛି ମୁଁ ଶୀତ ସାଥିରେ,
ମିତ ବସିଛି ମୁଁ ଶୀତ ସାଥିରେ,
ତୋ ସାଥିରେ ମୁଁ ମିତ
ବସିଛି ବୋଲିତ
ତୋତେ ଦୁରେଇ ଦେଇନି
ତୁ ବି ମୋତେ ଜାବୁଡି ଧରିଛୁ
ଆପଣାପଣରେ
ସକାଳର ମେଘୁଆ କୁହୁଡି ବର୍ଣ୍ଣରେ
କାକର ଭିଜା ଦୁବ ଘାସରେ
ଭିଜେଇ ଦେଇଛୁ
ମୋ ଦୁଇ ପାଦ ତ
କେବେ ଟୋପା ଟୋପା
କୁହୁଡ଼ିର ବର୍ଷାରେ ଭିଜେଇ
ଦେଇଛୁ ମୋ ଦେହ ମନ
ତୁ ମୋ ପାଇଁ ଦାଉ ସଜିନୁ
କି ? ମୁଁ ବି ନାଚାର
କାରଣ ଆମେ ପରା
ମିତ ବସିଛେ,
ତଥାପି
ତୁ କାଳେ ଫେରି ଯିବୁ ବୋଲି ତ
ମୁଁ କମଳ କନ୍ଥାକୁ ଆବୋରି
ନେଇଛି
ଛିଡା କାନ୍ଥର ଫାଙ୍କରେ ବି
ତୁ ଜାହିରୀ କରି ତୋ ଅଧିକାରକୁ ନେଇ ଧସେଇ ପସିଆସିଛୁ
ତୋ ଶିଶିରର ମହ ମହ
ସରାଗକୁ ସବୁ ମୋ ଅଙ୍ଗ
ପ୍ରତ୍ୟେଙ୍ଗରେ ଲେପି ଦେବା ପାଇଁ
ମୁଁ ମନା କରିନି
କି ତୋତେ ଅଣଦେଖା କରି
ହୃଦୟରୁ ଆଡେଇ ଦେଇନି
ହେମାଳ କରି ମୋତେ କିନ୍ତୁ
ନିସ୍ତେଜ ସଜେଇ ଆହୁର
ଖୁସି ହେଉଛୁ,
ଉତ୍ତୁରାଳି ପବନର ତୋ
ଉଚ୍ଚାଟତାକୁ
ମୋ ନରମ ଓଠ
ସହି ପାରେନି ବୋଲି
ସିଏ ବି ତୋ ଆଗମନକୁ
ସ୍ୱାଗତ ଜଣେଇ
କେତେ କ'ଣ ସାମଗ୍ରୀର
ମିଶ୍ରଣରେ ତୋତେ ଚୁମ୍ବନ
ଦେଇ ଆପଣେଇ ନେଇଛି,
ରକ୍ତ ମାଂସ ଶରୀର ବି
ତୋ ଅବର୍ତ୍ତମାନର ଆତିଥ୍ୟ କୁ
ସହଜରେ ଆଦରି ନେଇଛି
ଏ ରୂପ ରେଖ ମଳିନ ପଡ଼ିଗଲାଣି
ତଥାପି ତୁ ଲମ୍ଫ ମାରି
ଏ ଚମଡାର ନରମ ପରଦାକୁ
ଖିନି ବିନି କରି
ବନ୍ଧୁତାର ପ୍ରଲୋଭନାରେ
ଲହୁ ଲୁହାଣ
କରିସାରିଲୁଣି,
କେତେ ଆଉ ସହିବି ଯେ
ଅପେକ୍ଷା କରି ଘର କୋଣରେ
ବସିଛି
କେବେ ପୂର୍ବ ଆକାଶରେ ସିନ୍ଦୁରା
ଫାଟି ସୁନେଲି କିରଣ ବୁଣି
ଉଇଁ ଆସିବ ନୂତନ ସୁରୁଜ
ତୋ ଆପଣା ପଣିଆକୁ କିଛି ସମୟ ପାଇଁ
ଘୁଂଚେଇ ଦେବ ତା ଗରମ ତାପରେ
ତୋ ଆତିଥ୍ୟ ରେ
ହେମାଳି ବରଫି ଯାଇଥିବା
ଦେହ ମନକୁ ଟିକେ
ଗହମ ଖରାର ମହମ ଲଗେଇ
ଶାନ୍ତ କରିଦେବ ବୋଲି
ପୁଣି ତୁମେ ପୁନର୍ବାର ଆସିବ
ମନା କରିବିନି
ଆମେ ପରା ମିତ,
ପ୍ରଦୀପ ବନ୍ଧ, ଭଦ୍ରକ, ବାସୁଦେବପୁର
ରାଜଘରପୋଖରୀ,ସାନମଛୁଆଘାଇ
ମୋ--୮୦୭୨୭୮୩୨୨୦,
