STORYMIRROR

Writer Roja Panda

Others

3  

Writer Roja Panda

Others

ମିସାଇଲ ମ୍ୟାନ

ମିସାଇଲ ମ୍ୟାନ

1 min
390


ହେ ଅବଦୁଲ କାଲାମ, ହେ ଅବଦୁଲ କାଲାମ

ତୁମକୁ ମୋର କୋଟି କୋଟି ସଲାମ

ରାମେଶ୍ଵରମ ନୁହେଁ ତୁମେ,ପୃଥିବୀର ଗୌରବ

ଗାଉଥିବୁ ତୁମ ଗାନ, ପଶ୍ଚିମରୁ ପୂରୁବ

କରିଗଲ କେତେ ତୁମେ ମିସାଇଲ ପରୀକ୍ଷା

କାର୍ଯ୍ୟକାରୀ ହେବ ତାହା ରାଷ୍ଟ୍ର କଲା ସମୀକ୍ଷା

ସୃଷ୍ଟି କଲ ପୃଥିବୀରେ ନୂଆ ଏକ ବିଜ୍ଞାନ

ଦେଲ ଏଇ ପୃଥିବୀକୁ ଆଲୋକର ସୁଜ୍ଞାନ

ପରମାଣୁ ବୋମା ପରୀକ୍ଷଣ କରି

ଚମକାଇ ଦେଲ ଏ ବିଶ୍ୱ

ଛାତ୍ର ସମାଜର ପଥ ପ୍ରଦର୍ଶକ

ତୁମେ ହିଁ ଆଦର୍ଶ ପୁରୁଷ

ଧନ୍ୟ ହେଲା ଏ ଭାରତ କୋଳେ ଧରି ତୁମକୁ

ଆଜି ହରାଇଲା ସେଇ ମୂଲ୍ୟବାନ ରତ୍ନକୁ

ଚାଲିଗଲ ଦେଇ ନୂଆ ଜାଗୃତିର ଚେତନା

କିଏ ଆଉ ଅଛି ପାଖେ ଦେବାପାଇଁ ସାନ୍ତ୍ଵନା

ଆଜି ତୁମେ ନାହଁ ସିନା ଏ ଧରଣୀ ମାଟିରେ

ହେଲେ ତୁମ ସ୍ମୃତି ଅଛି ଏ ସମାଜ ଛାତିରେ...




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍