ମୀରା - ରୀତା ଅପରାଜିତା ମହାନ୍ତି
ମୀରା - ରୀତା ଅପରାଜିତା ମହାନ୍ତି
1 min
343
ଆଉ ଲୋଡ଼ା ନାହିଁ ଫୁଲର ପାଲିଙ୍କି
ଆଉ ଲୋଡା ନାହିଁ ବେଣୀରେ ମଲ୍ଲୀର ଗଜରା
ମତେ ଲୋଡ଼ା ନାହିଁ ଅତର ର ମିଠା ମହକ
କାନରେ ଦିଅନା ଝୁମୁକା
ଝିମୁକା ଝୁଲେଇ ଫୁଲେଇ ହେବାକୁ ମୋର ମନ ନାହିଁ
ମୀରା ତ କେବେ ଠୁ କୃଷ୍ଣଙ୍କୁ ମନ ଦେଇ ସାରିଛି।
କାହିଁକି ବାନ୍ଧିଦେଉଛ,
ମୋ ପାଦରେ ବନ୍ଧନର ଶିକୁଳି
ମୋ ସ୍ୱାମୀ ମୋ ମନରେ କେବେଠୁ ବିରାଜୁଛନ୍ତି।
ଆଉ କାହାକୁ କେମିତି ମୋ ହୃଦୟରେ ସ୍ଥାନ ଦେବି
ମୋ ମନରେ ଟିକେ ଖାଲି ଜାଗା ନାହିଁ ?
ଏ ସାରା ହୃଦୟଟା ଖlଲି କୃଷ୍ଣମୟ ହେଇଯାଇଛି।
ମୀରାଙ୍କୁ କୃଷ୍ଣ ପ୍ରୀତି ଛଡା କିଛି ଲୋଡ଼ା ନାହିଁ।
ସକଳ ଜଗତ ମୁଁ ତ୍ୟାଗ କରିଛି କେବଳ ତୁମ ପାଇଁ
ଗଳି ଗଳି ମୁଁ ବୁଲୁଛି ତୁମ ନାମ ଗାଇ ଗାଇ
ତୁମ ପ୍ରୀତି ମତେ କରିଛି ବାଇ ।
