ମିଛୁଆ ସପନ
ମିଛୁଆ ସପନ
ମିଛୁଆ ସପନ ଆସ କାହିଁ ପାଇଁ,
ରାତିର ଅନ୍ଧାର ଚିରି:
ମନେ ଭରି ଦିଅ ନାନା ଆଶା ଦୀପ,
ମନରେ କୋହକୁ ଭରି l
ଦେଇଥିଲ କିଛି ଦେଉଅଛ କିଛି,
ସ୍ମୃତି ଭରା ପରଶରେ:
ଗାଇଥିଲି ଗୀତ ହୃଦୟ ସ୍ପନ୍ଦନେ,
ଶୂନ୍ୟ ହୃଦ ମନ୍ଦିରରେ l
କାଲି ଆସିଥିଲ ଆଜିବି ଆସିବ,
ଜାଣିଛି ମୁଁ ଆସୁଥିବ
ମିଛ ବେଦନାର ଅଜାଗା ଘାଆର,
ମରହମ କିଏ ଦେବ l
କେତେ ଶାନ୍ତ ତୁମେ ଛଳନାରେ ଭରା,
ପରଶରେ ତୁମ ଲାଗେ:
କେଉଁ ରାଇଜରୁ ଆସୁଅଛ ତୁମେ,
ମନ ଲକ୍ଷହିନ ଭାଗେ l
ଆସୁ ଅଛ ତୁମେ ଆସୁଥାଅ ତୁମେ,
ମଧୁର ନିଦ୍ରାରେ ରୁହ
ରହି ଥାଅ ତୁମେ ପ୍ରାଣୀ ଜଗତରେ,
ସ୍ମୃତି ହୋଇ ପ୍ରିତି ହୁଅ l
ମହେଶ୍ୱର ସାହୁ
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ୱର(ଭଦ୍ରକ)
