ମିଛ ସପନ
ମିଛ ସପନ
ସପନରେ ମୋର ଆସିଥିଲ ସାଥି
ମୋ ମନ ଦରଜା ଖୋଲି ,
ରାତି ଅଧେ ମୋତେ ଗୋପନେ କହିଲ
ଭଲପାଅ ମତେ ବୋଲି ।।
ପ୍ରେମକୁ ମୋହର ସ୍ବିକାର କରିଲ
ଆସିଗୋ ସାଥି ସପନେ,
ସାର୍ଥକ ହୋଇଲା ପ୍ରେମ ଯେ ମୋହର
ତୁମକୁ ପାଇ ଜୀଵନେ ।।
ସପନରେ ପ୍ରେମ ଗ୍ରହଣ କରିଲ
ସାଜିଲ ସପନ ସାଥୀ ,
ଵାସ୍ତଵରେ କେଵେ ଆସିବନି ବୋଲି
ବାଛିନେଲ ସ୍ଵପ୍ନ ରାତି ।।
ମୋ ଵାସ୍ତଵ ପ୍ରେମ ଲୋଡାନାହିଁ ତୁମ
ସାଜିଲ ଅନ୍ୟର ସାଥୀ ,
ସପନରେ କାହିଁ ହୃଦୟ ମୋ ଭାଙ୍ଗ
ବଞ୍ଚିଵି କୁହ କେମିତି ।।
ଆଉ କାହାପାଇଁ ସାଇତିଲ ପ୍ରେମ
ସାଜି ଏଏଗୋ କାହା ପ୍ରେମିକା ,
ସପନେ ମୋ ଆସି ଛଳନା କରୁଛ
ଦେଇଯିବ ପରେ ଧୋକା ।।
ଶିଶିର କୁମାର ସାମଲ
ମୋ - ୭୮୯୪୦୬୦୬୬୬
ଇ.ମେଲ୍ - sisirkumarsamal@gmail.com
