STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

ମିଛ ସମ୍ପର୍କ

ମିଛ ସମ୍ପର୍କ

1 min
196

ଜଗତ ଗୋସାଇଁ ହରି 

ଏ ଭବ ସାଗରୁ ମୋତେ କରହେ ପାରି

ଏ ଅଧମ କରେ ପାଦେ ଗୁହାରୀ

ହେ କୃଷ୍ଣ ମୁରାରୀ...।


ମୋର ଏ ଜୀବନ ନାବ

ଅଥଳ ସାଗରେ ଯାଇ ପଡ଼ିଛି ଆଜ

ଚିନ୍ତାରେ ଯାଉଛି ମୋ ମୁଣ୍ଡ ଘୁରି

ହେ କୃଷ୍ଣ ମୁରାରୀ...।


ଆଗ ପଛ ନାହିଁ କେହି

କୂଳ ଦିଶୁ ନାହିଁ କାହିଁ ଯିବି କିପରି

ନାବ ଚାରିପାଖେ ଖେଳେ ଭଉଁରୀ

ହେ କୃଷ୍ଣ ମୁରାରୀ...।


ଅଥଳ ସାଗରେ ପଡ଼ି

ମନର ବିକଳେ ହେଉ ଅଛି ମୁଁ ଘାରି

ଯେତେ ଆପଣାର ଗଲେଣି ଭୁଲି

ହେ କୃଷ୍ଣ ମୁରାରୀ...।


ମିଛ ସମ୍ପର୍କ ତ' ଏଠି

ନିଜ ଲୋକ ହେଲେ ଆଜି ମୋ ଠାରୁ ଦୂର

ତୁମ ବିନା ଆଉ ନାହିଁ ମୋ କେହି

ହେ କୃଷ୍ଣ ମୁରାରୀ...।


ତୁମ ପାଦେ ଗଲି ଶରଣ

କୂଳକୁ ନିଅହେ ପ୍ରଭୁ ଉଦ୍ଧାର କରି

ଶୁଣିବା ହେଉ ପ୍ରଭୁ ମୋ ଗୁହାରୀ

ହେ କୃଷ୍ଣ ମୁରାରୀ...

ହେ କୃଷ୍ଣ ମୁରାରୀ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍