Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Others

4  

Birakishore Nayak

Others

ମହେନ୍ଦ୍ରଗିରି

ମହେନ୍ଦ୍ରଗିରି

1 min
239



ଭାରତରେ ଯେତେ ପରବତ ଦିଶେ

   ଆଉ କେଉଁ ଦେଶେ ନାହିଁ,

ହିମାଳୟ ଗିରି ମଉନେ ବସିଛି

    ଭାରତର କୀର୍ତ୍ତି ଗାଇ |


ପୂର୍ବଘାଟ ଗିରି ଶୋଭା ବଢ଼ାଉଛି

    ଭାରତର ଯେଉଁ ଅଂଶେ,

ଓଡିଶାକୁ ସିଏ ଲମ୍ବି ଯେ ଆସିଛି

    ଛୁଏଁ ପରା ନୀଳାକାଶେ |


ମହେନ୍ଦ୍ର ଗିରି ଯେ ଭୂଗୋଳରେ ଲେଖା

    ଦ୍ଵିତୀୟ ଉଚ୍ଚତା ବହି,

ପ୍ରଥମେ ଶୋହୁଛି ଦେଓମାଳୀ ଗିରି

    କୋରାପୁଟ ମଧ୍ୟେ ରହି |


ମହେନ୍ଦ୍ର ଗିରିର ଉଚ୍ଚତା ଅଟଇ

    ସମୁଦ୍ର ପତନ ଠାରୁ,

ଅଣଚାଶ ଶହ ସତାନବେ ଫୁଟ

    ମେଘ ଆଣେ ଆକାଶରୁ |


ମହାନଦୀ ଠାରୁ ଗୋଦାବରୀ ଯାଏ

     ମହେନ୍ଦ୍ର ଅଞ୍ଚଳ ଶୋହେ,

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି

     ମାଟିର ସେ ଯଶ ଗାଏ |


ମହେନ୍ଦ୍ର ଗିରି ଯେ ପର୍ବତେ ପବିତ୍ର

     ରାମାୟଣେ ଲେଖାଅଛି,

ବିଷ୍ଣୁ ଅବତାର ନେଇ ପର୍ଶୁରାମ

     ତପ କରୁଥିଲେ ସେଠି |


ସେହି ତପ ବେଳେ ପ୍ରଭୁ ରାମଚନ୍ଦ୍ର

     ଶିବଧନୁ ଭାଙ୍ଗିଥିଲେ,

ଜନକ ନନ୍ଦିନୀ ସତୀ ସୀତାଙ୍କୁ ସେ

     ପତ୍ନୀରୂପେ ବରିଥିଲେ |


ଅଛି ଭାଗବତ ପୁରlଣରେ ଲେଖା

     ପର୍ଶୁରାମ ଯେ ଅମର,

ତପସ୍ୟାରେ ରତ ମହେନ୍ଦ୍ର ପର୍ବତେ

     ଏକ ବିଷ୍ଣୁ ଅବତାର |


ତ୍ରେତୟାରେ ରାମ ଦ୍ୱାପରରେ କୃଷ୍ଣ

     ପର୍ଶୁରାମ ମିଶିଥିଲେ,

ପ୍ରମାଣିତ ହୁଏ ଅମରତ୍ୱ କଥା

     ପୁରାଣ ଯେ ଲେଖିଗଲେ |


ଶ୍ରେଷ୍ଠ ପୁଣ୍ୟଗ୍ରନ୍ଥ ମହାଭାରତ ରେ

     ବ୍ୟାସମୁନି ଲେଖିଥିଲେ,

ତୃତୀୟ ପାଣ୍ଡଵ ମହେନ୍ଦ୍ର ଗିରିକୁ

      ବୁଲିବାକୁ ଯାଇଥିଲେ |


ମହେନ୍ଦ୍ର ଗିରିର ଶିବ ମନ୍ଦିରକୁ

      ପାଣ୍ଡଵ ଯେ ଗଢ଼ିଥିଲେ,

ଏବେବି ସେଠାରେ ମହାଶିବରାତ୍ରି

       ପାଳିତ ହୁଅଇ ଭଲେ |


ମାଳୟ, ସlହ୍ୟlଦ୍ରି, ପରିଯାତ୍ରା, ବିନ୍ଧ୍ୟ,

       ଶୁକ୍ତିମାନ, ମାଲ୍ୟବନ,

କୁଳପର୍ବତ ଯେ ସେ ମହେନ୍ଦ୍ରଗିରି

        ହୋଇ ଏସବୁ ମିଶ୍ରଣ |


ମହେନ୍ଦ୍ରଗିରିରେ ଶୋଭାପାଏ ଆଜି

        ଛଅଶହ ପୁଷ୍ପୋଦ୍ୟାନ,

ଔଷଧୀୟ ଗୁଳ୍ମ ବୃକ୍ଷରେ ରାଜିତ 

        ହୋଇ ହସେ ଶୋଭାବନ |


ଓଡିଶା ଶାସନ ଘୋଷଣା କରିଛି

         ସରଂକ୍ଷିତ ସେ ଅରଣ୍ୟ,

ନାନା ଜୀବଜନ୍ତୁ ନିର୍ଭୟେ ବୁଲନ୍ତି

         ସୃଷ୍ଟିକରେ ପ୍ରଲୋଭନ |


   

             

                

    

     


Rate this content
Log in