ମହାପ୍ରଭୁ ପରାତ୍ପର
ମହାପ୍ରଭୁ ପରାତ୍ପର
ଆହେ ନୀଳଗିରି ନୀଳଶଇଳ ହେ ନୀଳଶଇଳ
କଳପ ବଟ ମୂଳିଆ ଦାରୁବ୍ରହ୍ମ
ଶିଖୀ ଚୁଳିଆ ସେ ପତିତପାବନ
ଆଉ ନକର ହେ ମୋ ପାଇଁ ଛଳ,ନୀଳଶଇଳ ।।
ମୋ ଆରତ ପଦ୍ମ ବନକୁ ଦଳନ
କର କଳା ହାତୀ ନୀଳାଦ୍ରି ମୋହନ
ବେଳୁ ବେଳ ଦୁଃଖ ହୁଏ ପ୍ରବଳ ହେ, ନୀଳଶଇଳ ।।
ଗୁଞ୍ଜର ଡାକିଲା ମରଣ କାଳରେ
ଗର୍ଭିଣୀ ଏଣୀ ୟେ ଘୋର ବନାନୀ ରେ
ଶୁଣିଛ ସତ୍ତ୍ଵର ଦୌପଦୀ ବିକଳ, ନୀଳଶଇଳ ।।
ଧୃବ, ପ୍ରହଲ୍ଲାଦ କୁନି କୁନି ଭକ୍ତ
ଇନ୍ଦ୍ରପଦ ପୁଣି ନରସିଂହ ରୂପ
ମୋ ଡାକ ଶୁଣିଲେ ହୁଅକି ପଥର, ନୀଳଶଇଳ ।।
ନୀଳଚକ୍ରେ ଦୋଳେ ପତିତପାବନ
ସେ ପତାକା ଛାଇ ତଳେ କଟୁଦିନ
ଜୀବନ ହେଉ ହେ ସରସ ସୁନ୍ଦର, ନୀଳଶଇଳ ।।
ଲୋଡ଼ା ନାହିଁ ଧନ ମାନ ସନମାନ
ଲୋଡା ନାହିଁ ମୋକ୍ଷ୍ୟ ବୈକୁଣ୍ଠ ଭୂବନ
ରାଜିବ ଚରଣେ ଚିତ୍ତ ଥାଉ ମୋର, ନୀଳଶଇଳ ।।
ରାଧା ଧବ ଗୋପାଳ ରମା ରମଣ
ପଦାମ୍ଵୁଜେ ତବ ଗଲି ଶରଣ
ଶରଣ ରକ୍ଷଣ ସ୍ଵଭୂ ପରାତ୍ପର, ନୀଳଶଇଳ ।।
