ମହାନ ବ୍ୟକ୍ତିତ୍ୱ
ମହାନ ବ୍ୟକ୍ତିତ୍ୱ
ଗୌତମ ବୁଦ୍ଧ ହେ, ଏସିଆ ଆଲୋକ
ବୌଦ୍ଧ ଧର୍ମେ ଦେଲ ଦୀକ୍ଷା ।
ସୁମୁଦ୍ର ଗୁପ୍ତର ଯେ, ଭାରତୀୟ ପାଇଁ
ନେପୋଲିୟନଙ୍କ ଶିକ୍ଷା ।।
ମୋହନ ଦାସ ହେ, ତୁମେ ଯେ ମହାତ୍ମା
ସ୍ୱାଧୀନ ଦେଶର ପାଇଁ ।
ପଲ୍ଲୀ କବି ନାମେ, ନନ୍ଦ କିଶୋରଙ୍କୁ
ଉତ୍କଳ ରହିଛି ଚେଇଁ ।।
କବିସମ୍ରାଟର, ଉପାଧି ଧରିଣ
ଉପେନ୍ଦ୍ର ରଚିଲ କେତେ ।
ଜାତୀୟ କବିର, ଆସନେ ମଣ୍ଡିତ
ବିର କିଶୋର ଜଗତେ ।।
କବିସୁର୍ଯ୍ୟ ଅଟ, ବଳଦେବ ରଥ
ବର୍ଣ୍ଣନା ମଧୁର ତୁମ ।
ଗୁରୁଦେବ ପରା, ରବୀନ୍ଦ୍ର ଠାକୁର
ତୁମ ପାଦେ ନମୋ ନମଃ ।।
ବ୍ୟାସକବି ତୁମେ, ଫକୀର ମୋହନ
ଉପନ୍ୟାସ ଶ୍ରେଷ୍ଠ ମଣି ।
କବି ବର ହୋଇ, ରାଧାନାଥ ତୁମେ
ବର୍ଣନାରେ ଦେଲ ହାଣି ।।
କବିଚନ୍ଦ୍ର ତୁମେ, କାଳୀ ଚରଣ ହେ
ସାହିତ୍ୟ ଜଗତେ ଚିହ୍ନ ।
ନେତାଜୀ ସୁବାଷ, ବିରତ୍ୱ ଗାରିମା
ସ୍ୱାଧୀନ ଦେଶର ରତ୍ନ ।।
ଲୌହମାନବର, ଉପାଧି ମଣ୍ଡିତ
ସର୍ଦାରବଲ୍ଲଭ ତୁମେ ।
ପଞ୍ଜାବ କେଶରୀ, ଲାଲା ଲଜପତ
ପୂଜିତ ଶ୍ରେଷ୍ଠତ୍ଵ ନାମେ ।।
ପ୍ରାଚ୍ୟ ପଶ୍ଚାତର, ଦୂତ ହୋଇ ତୁମେ
ଆସିଲ ବିବେକାନନ୍ଦ ।
ବୁଲୁବୁଲୁ ନାମେ, ଉପାଧି ଧରିଣ
ସରୋଜିନୀ ନୁହେଁ ମନ୍ଦ ।।
ଲୋକମାନ୍ୟ ତୁମେ, ବାଲ ଗଙ୍ଗାଧର
ଭାରତୀୟଙ୍କ ହୃଦୟ ।
ଆଦି କବି ପରା, ସାରଳା ଦାସ ଯେ
ଶାରଳାଙ୍କୁ କଲ ଜୟ ।।
ଶାନ୍ତି ଦୂତ ହୋଇ, ପଣ୍ଡିତ ନେହେରୁ
ଇତିହାସ ପୃଷ୍ଠେ ବିଦ୍ୟ ।
ଜଗତର ଗୁରୁ, ଶଙ୍କରାଚାର୍ଯ୍ୟ ଯେ
ଧର୍ମପ୍ରଚାରରେ ଆଦ୍ୟ ।।
ଆଚାର୍ଯ୍ୟ ବିନୋଦା, ପାଣ୍ଡିତ୍ୱ ଗାରିମା
ସମାଜ ମଙ୍ଗଳ ପାଇଁ ।
କ୍ରିକେଟର ରାଜା, କପିଳ ଦେବଯେ
ଗର୍ବିତ ସେ କିଙ୍ଗ ହୋଇ ।।
ଓଡ଼ିଶାର ରାଜା, ଆଲେକଜାଣ୍ଡାର
ଗଜପତି କପିଳେନ୍ଦ୍ର ।
ଲୋକ ମାତା ରୂପେ, କସ୍ତୁରୀ ଦେଇ ଯେ
ନାରୀ ଜାତିର ସେ ଚନ୍ଦ୍ର ।।
ଶାନ୍ତିର କପୋତ, ବାହାଦୂର ଶାସ୍ତ୍ରୀ
ଦେଶର ମଉଡ଼ ମଣି ।
ବିଦ୍ୟାସାଗରର, ଉପାଧି ଭୂଷିତ
ଈଶ୍ୱର ଚନ୍ଦ୍ର ଯେ ପୁଣି ।।
ମରାଠୀ କେଶରୀ, ଛତ୍ର ପତି ସେଜେ
ଶିବାଜୀ ନାମରେ ଜଣା ।
ମହାମାନ୍ୟ ପରା, ମଦନ ମୋହନ
ମାଲବ୍ୟ ନାମରେ ଗଣା ।।
ଉତ୍କଳ କେଶରୀ, ହରେକୃଷ ପରା
ମହତାଵ ନାମ ତାଙ୍କ ।
ଆନ୍ଧ୍ର କେଶରୀ ଯେ, ଟିଇ ପ୍ରକାଶମ
ତେଲୁଗୁ ଜାତିର ଅଙ୍କ ।।
ମହାନ ନାୟକ, ବିଦ୍ୱାନ ଲେଖକ
କବିଙ୍କର ନାମ ଧରି ।
କବିତା ଆକାରେ, କରିଲି ବର୍ଣ୍ଣନା
ପାଠକ ପାଠିକା ହରି ।।
