Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSRI SAHOO

Others

2  

SUSRI SAHOO

Others

ମହାମାୟୀ ଆବାହନେ

ମହାମାୟୀ ଆବାହନେ

1 min
6.8K


ଶରତ ସମ୍ଭାରେ ଅମ୍ବେ ଆଗମନେ,

ହସୁଛି ଧରଣୀରାଣୀ,

ଆବାହନେ ମା'ର ସମସ୍ତେ ତତ୍ପର,

ପାଦପ ହେଉ କି ପ୍ରାଣୀ ||


କୈଳାସ ଗିରିରୁ ଓହ୍ଲାଇ ଆସିବେ,

ଗିରିଜା-ରାଜନନ୍ଦୀନୀ,

ଜଗତବାସୀଙ୍କ କଲ୍ୟାଣ କରି,

ବାହୁଡିବେ ଜଗତଜ୍ଜନନୀ ||


ଜ୍ୟୋଷ୍ଠ ମାସ ଶୁକ୍ଳଦଶମୀ ତିଥିରେ,

ପଡେ ଗଙ୍ଗା ଦଶହରା,

ଗଙ୍ଗା ତୀର ବାସୀ ଆଶିଷ ଲଭନ୍ତି,

ଦୋଷ,ପାପ ଧୋଇ ବହେ ପବିତ୍ର ଧାରା ||


ଆଶ୍ବିନ ମାସର କୃଷ୍ଣ ତୁଳାଷ୍ଟମୀ,

ଠାରୁ ମହାଷ୍ଟମୀ ଷୋ'ଳଦିନ,

ଶାରଦୀୟ ପୂଜା ପାଳିତହୁଅଇ,

ସୌଭାଗ୍ୟ ଲଭନ୍ତି ସର୍ବଜନ ||


ମର୍ଯ୍ୟଦାପୁରୁଷ ସୂର୍ଯ୍ୟକୁଳ ମଣି,

ବରପ୍ରାପ୍ତି ପାଇଥିଲେ,

ନବମୀ ଦିନରେ ଦଶାନନ ବଦ୍ଧି,

ଦଶମୀରେ ବିଜୟା ଦଶମୀ ପାଳିଲେ ||


ମହାଶକ୍ତି,ମହାଲକ୍ଷ୍ମୀ ରୂପରେ,

ମହୀଷାସୁର କୁ ବଦ୍ଧିଲ,

ମହୀଷାମର୍ଦ୍ଧୀନୀ ନାମରେ,

ଯୁଗେଯୁଗେ ଅଭିହିତ ହେଲ ||


ମହାଦେବୀ,ମହା ସରସ୍ବତୀ ରୂପେ,

ଶୁମ୍ଭ,ନିଶୁମ୍ଭ,ଚଣ୍ଡ,ମୁଣ୍ଡ ନାଶ କଲ,

ଆସୁରିକ ପ୍ରବୃତ୍ତି ବିନାଶି,

ବିଶ୍ବ ଶାନ୍ତି କୁ ସ୍ଥାପିଲ ||


ବ୍ରହ୍ମା,ବିଷ୍ଣୁ,ଶିବ,ଇନ୍ଦ୍ର ଦେବଙ୍କ,

ତେଜରୁ ଉତ୍ପତ୍ତି ହେଲ,

ନାରାୟଣୀ,ନାରୀ ରୂପ ଧରି,

ରଜ,ତମ,ହିଂସା,କପଟତା ବିନାଶିଲ ||


ଶିବ ତ୍ରିଶୁଳ,ପବନ ଧନୁଶର,

ବ୍ରହ୍ମା କମଣ୍ଡଳ, ବିଷ୍ଣୁଙ୍କ ଚନ୍ଦ୍ର,

ଯମକାଳ ଦଣ୍ଡ,ବିଶ୍ବକର୍ମା କୁଠାର,

ବରୁଣଙ୍କ ଶଙ୍ଖ,ଇନ୍ଦ୍ରରାଜ ବଜ୍ର ||


ସମୁଦ୍ରରୁ ପଦ୍ମ,କାଳଦେବୀ ଖଡ୍ଗ,

ଦେବୀ ଦିବ୍ୟ ଆଭରଣେ ସଜ୍ଜିତା,

ମୁକ୍ତାହାର,କୁଣ୍ଡଳ,ବଳା,ମୁଦ୍ରିକା,

ନାନାଅଳଙ୍କାରେ ଭୁଷିତା ||


ବିଶ୍ବ ମୋହୀନୀ ତେଜ ଦରଶନ,

ମହିଷାସୁର ମୋହିତ,

ତ୍ରିପୁର ରକ୍ଷାର୍ଥେ ନଗ୍ନ ରୂପ ଧରି,

ଦୁଷ୍ଟ ଦାନବର କଲ ଅନ୍ତ ||


କେତେ ରୂପ ତୁମ ଦଶଭୁଜା,

ବୈଷ୍ଣବୀ, ଗୌରୀ,କାତ୍ୟାୟନୀ,

ମୁଣ୍ଡମାଳୀନୀ,ତ୍ରିପୁରା ସୁନ୍ଦରୀ,

ରାମଚଣ୍ଡୀ,ଭୁବନେଶ୍ବରୀ,ମୋହୀନୀ ||


ନିଖିଳବ୍ରହ୍ମାଣ୍ଡ ସୃଷ୍ଟି ସ୍ଥିତି ପାଇଁ,

ମୂଳ ଉତ୍ସ ମାତୃ ଶକ୍ତି,

ସମସ୍ତ ବିଦ୍ୟା,ବୁଦ୍ଧିର ମୂଳଧାରା,

ବିଶ୍ବର ସୁଖ ଶାନ୍ତି ||


ନାରାୟଣୀ ଶକ୍ତି ସ୍ବରୂପା ମା',

ଯାଉଛୁ ଶରଣାପନ୍ନ,

ସତ୍ୟ,ଶାନ୍ତି,ଦୟା,କ୍ଷମା ଭରିଦିଅ,

ମଧୁମୟ,ସୁଧାମୟ କର ଜୀବନ ||


ସୁଶ୍ରୀ ସାହୁ

ଶିଲଂଗ

ମେଘାଳୟ


Rate this content
Log in