STORYMIRROR

Minakshi Samal

Others

3  

Minakshi Samal

Others

ମହାଳୟା

ମହାଳୟା

1 min
272

ଦଶଭୂଜ ପ୍ରସାରଣ କରି 

ଧରାବକ୍ଷେ ଆସ ଅବତରୀ

ତୁମରି କରୁଣାର ବରଷା

ବାହିନେଉ ଜୀବନର ତରୀ।


ଅଭୟ ପ୍ରଦାନ କରି ଭକ୍ତେ

ହରିନିଅ ହୃଦୁ ମୋହମାୟା

ଦୂର ହେଉ କାମନାର ମୋହ 

ଶୁଦ୍ଧ ପୂତ ହୋଇଯାଉ କାୟା।


ଏ ପାବନ ପର୍ବଣ ଆସରେ

ପ୍ରାର୍ଥନା କରୁଛି ମହାମାୟା

ନିଃସହାୟେ ସହାୟ ହୁଅମା

ଦିଅତାକୁ ତୁମ ଛତ୍ରଛାୟା।


ଶକ୍ତିଉତ୍ସ ଦେହେ ସୃଷ୍ଟିକର

ସ୍ବୟଂର ରକ୍ଷକ ସାଜୁ ତ୍ରସ୍ତା

ଭୟତାକୁ ନଗ୍ରାସୁ ତିଳେହେଁ

କର ତାକୁ ତୁମେ ସିଦ୍ଧହସ୍ତା।


ଭୂବନ ମୋହିନୀ ରୂପ ତୁମ

ଶୁଣ ମାତ ଭକ୍ତର ଦୟିନୀ

ଅପସରି ଯାଉ ଦୁଃଖ,ଶୋକ

ଆଦ୍ୟାଶକ୍ତି ମା' ସିଂହବାହିନୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍