STORYMIRROR

Minakshi Samal

Others

3  

Minakshi Samal

Others

ମହାଲକ୍ଷ୍ମୀ ନମୋସ୍ତୁତେ

ମହାଲକ୍ଷ୍ମୀ ନମୋସ୍ତୁତେ

1 min
3.9K


ଧାନ କେଣ୍ଡା କେରୀ କେରୀ

ମହାଲକ୍ଷ୍ମୀ ମା'

କରୁଛନ୍ତି ବିଜେ

ବଜା ଶଙ୍ଖ ହୁଳହୁଳି।

ଝୋଟି ଦିଅ ପଦ୍ମ ଫୁଲ

ଷୋଳ କୋଠି ଆଙ୍କି

ପ୍ରୀତ କରିଦିଅ

ମା'ଙ୍କ କୃପା ଅତୁଲ୍ୟ।

ସଜାଅ ପୂଜାର ଥାଳୀ

ମାଣିକି ଚାନ୍ଦୀ

ଗେଣ୍ଡୁ ଫୁଲ ଆଉ

ପଦ୍ମ ଫୁଲ ଆଣ ତୋଳି।

ଫଳ ମୂଳ ଥୁଅ ଆଣି

ଧୂପ ଦୀପ ଆଉ

ନଇବେଦ୍ୟ ସାଜି

ପଦ୍ମାଳୟା ପୂଜ ପ୍ରାଣୀ।

ମହାଲକ୍ଷ୍ମୀ କୃପା ବଳେ

ଅଭାବ କଷଣ

ଦୂର ହୋଇଯିବ

ସୁଖେ ରହିବେ ସକଳେ।

ମିନାକ୍ଷୀ ସାମଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍