STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ମହାଭାରତର ମହାନାୟକ

ମହାଭାରତର ମହାନାୟକ

1 min
201

କୃଷ୍ଣ ତୁମେ କାହାର ନୁହଁ

ମାମୁଁର ନୁହଁ କି ମାଇଁର ନୁହଁ

ମାଆର ନୁହଁ କି ପୁଅର ନୁହଁ

ଭିଣୋଇକୁ ତୁମେ ଭୁଆଁ ବୁଲାଇଲ

ଚକ୍ରବ୍ୟୂହେ ଭଣଜାକୁ ମରାଇଲ

ଭଉଣୀ ଆଖିରେ ଭରିଲ ଲୁହ

କୃଷ୍ଣ ତୁମେ କାହାର ନୁହଁ ।


ମାଇଁ ସାଥେ ତୁମେ ପୀରତି କଲ

ଗୋପ ଛାଡିଦେଇ ମଥୁରା ଗଲ

ମାମୁ କ°ସାସୁର ଜୀବନ ନେଲ

ମଧୁପୁରେ ରହି ରାଜା ହୋଇଲ

ମାତା ଯଶୋମତି ବାତ୍ସଲ୍ୟ ମମତା

ଭୁଲିଗଲ ସବୁ ହୋଇ ନିର୍ଦ୍ଦୟ

କୃଷ୍ଣ ତୁମେ କାହାର ନୁହଁ ।


ଭଣଜାକୁ ତୁମେ ଶିଖାଇ ଯୁଦ୍ଧ

କହିଲନି ଚକ୍ରବ୍ୟୂହର ଭେଦ

ଅର୍ଜୁନକୁ ଶଲ୍ୟ ଭୁଲାଇ ନେଲା

ଅଭିମନ୍ୟୁ ଚକ୍ରବ୍ୟୂହେ ପଶିଲା

ଫେରିବାର ବାଟ ଜାଣି ତ ନଥିଲା

ପ୍ରାଣ ଦେଲା ହୋଇ ସେ ଅସହାୟ

କୃଷ୍ଣ ତୁମେ କାହାର ନୁହଁ ।


ସୁଭଦ୍ରାକୁ ତୁମେ ଦେଲ ବୁଝାଇ

 ଉତ୍ତରା ବାଳୀକୁ ଦେଲ ଭୁଲେଇ

 ପୁଅମାନଙ୍କୁ ତ କପଟ କଲ

 ନିଶା ପେଇ ତାଙ୍କ ଜୀବନ ନେଲ

ଜାରାର ବାଣରେ ପ୍ରାଣ ଗଲାବେଳେ

 ଶକ୍ତିହୀନ କଲ ସେ ଧନଞ୍ଜୟ

 କୃଷ୍ଣ ତୁମେ କାହାର ନୁହଁ ।


  କିଏ କହେ ତୁମେ କାହାର ନୁହଁ!

  ଭକତ ତୁମର ତୁମେ ଭକତର

  ପୋଛିଦିଅ ତୁମେ ତା ଆଖି ଲୁହ ।

 ସୁଦାମାକୁ ଦେଲ ଧନ ସମ୍ପତ୍ତି

 କୁବୁଜାକୁ କଲ ସୁନ୍ଦରୀ ଅତି

 ଦ୍ରୌପଦୀର ଲଜ୍ଜା ନିବାରଣ କଲ

 କୋଟି ବସ୍ତ୍ରେ ତାର ଘୋଡାଇ ଦେହ

 ମହାଭାରତର ମହା ନାୟକହେ

 ତୁମେ ଦୟାମୟ ହେ ଲୀଳାମୟ।

  

  

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍