STORYMIRROR

Tikeshwar Sahu

Others

3  

Tikeshwar Sahu

Others

ମେଘ

ମେଘ

1 min
166


ତୁ କଳା ସୁହାଗ ତୁ ସୁନୀଳ ନଭ ,

ଖେଳିବୁଲୁ ଖେଳିବୁଲୁ ଆକାଶ ଭାଗ |୦|


କଳା ମେଘ ଘୂରିବୁଲୁ ଆକାଶ ମଣ୍ଡଳେ,

ନିମିଷକେ ଭରିଯାଉ ସୁଶୀତଳ ଜଳେ,

ଆଣିଦେଉ ଆଣିଦେଉ ଶାନ୍ତି ଜୀବଭାଗ |୧|


ବନଭୂମେ ତୋତେ ଦେଖି ନାଚଇ ମୟୂର,

ଚନ୍ଦ୍ରିକା ଦେଖାଇ ନାଚେ ଧରି ପଞ୍ଚସୁର,

କଳାମେଘ ସାଥେ ହସେ ଆକାଶ ସରଗ |୨|


ଜୀବର ଜୀବନ ତୁହି ଦେଇ ଜଳଦାନ,

ଅରଜୁଛୁ ମହାପୁଣ୍ୟ ଟାଣି ନେଉ ମନ ,

ବିଜୁଳୀ କରଇ ଖେଳା ଘଡ଼ଘଡ଼ି ନାଦ |୩|


ଗିରି ଶୀରେ ମୁକୁଟ ତୁ ଗୋଭା ଶୋଭାପାଉ,

ମଞ୍ଜୁଳ ମଲାଟ ହୋଇ ସରଗ ସଜାଉ,

ପ୍ରେମିକ ଘନ ବରନେ ହେଉଥାଉ ଆଗ |୪|


ଦେଇଛୁ କାଳିଆ କଳା କଳା ଠାକୁରେ,

ତୋ ଶରୀରୁ କରୁଣାର ବରଷା ଝରେ,

କଳାକୃଷ୍ଣ କଳାମେଘ ଦୁହେଁ ତ ସାଙ୍ଗ |୫|



Rate this content
Log in