STORYMIRROR

ABADHOOT PANDA

Others

4  

ABADHOOT PANDA

Others

ମଧୁମାସର ଔଜଲ୍ୟ

ମଧୁମାସର ଔଜଲ୍ୟ

1 min
373

   ମଧୁମାସର ଔଜ୍ବଲ୍ୟ 

   °°°°°°°°°°°°°°°°°

ବକୁଳ ବନେ କୋଇଲିର 

କୁହୁ ତାନେ 

ଶିହରୀ ଉଠେ ଧରଣୀ 

ମାତା ମଳୟ ପବନର 

ବାହୁ ବନ୍ଧନେ 


ଉଦ୍ୟାନ ମହକାଇ ସୁଗନ୍ଧିତ 

ବାସନ୍ତୀ ପୁଷ୍ପରାଜି 

କରଇ ଜନମନ ହରଣ  

ଭ୍ରମର ଗୁଂଜନେ ମଜ୍ଜି 


ତରୁଣ ତରୁଣୀ ଗଣେ 

ଭ୍ରମଣ ରତ ପ୍ରମୋଦ 

ଉଦ୍ୟାନେ ବାସନ୍ତୀ 

ଉନ୍ମାଦେ 

ନାହିଁ ମନେ ଖେଦ 

ସେମାନଙ୍କ ଉପଭୋଗୀ 

ଆହ୍ଲାଦେ 


ବୃକ୍ଷଲତା ଗୁଳ୍ମତୃଣ 

ଆବାଳବୃଦ୍ଧ ବନିତା 

ଉତଫୁଲ୍ଲିତ ବାସନ୍ତୀ 

ପରଶେ ଆଜି 

କରନ୍ତି ଅର୍ପଣ କୃତଜ୍ଞତା 

ଅଖିଳ ବ୍ରହ୍ମାଣ୍ଡ ପତି 

ଆଗେ ଅହମିକା ବରଜି 


କେତେ ଶାଶ୍ୱତ ସତେ 

ଏଇ ମଧୁମାସ ଜଗତେ 

ତନୁମନପରାଣେ 

ଖେଳାଏ ଆନନ୍ଦ ଲହରୀ 

ଚିରନ୍ତନ 

ପ୍ରକୃତି ପ୍ରଯୋଜିତ 

କର୍ତ୍ତବ୍ୟ କରି ସମାପନ 

ପରିଶେଷେ କରେ 

ନଭମଣ୍ଡଳାୟକୁ 

ପ୍ରସ୍ଥାନ 


ଋତୁରାଜ ସିଏ ବସନ୍ତ 

ଛଋତୁ ମଧ୍ୟେ ଅଗ୍ରଣୀ 

ନକରେ କେବେ ହନ୍ତସନ୍ତ 

ଜନଗଣେ ପ୍ରଖର ଉତ୍ତାପ 

ପ୍ରଚଣ୍ଡ ଘୁର୍ଣ୍ଣିବାତ୍ୟା ହାଡ଼ 

ଭଙ୍ଗା ଶିଶିର ପ୍ରଦାନେ 


ଦେଇଥାଏ ବସନ୍ତ ପ୍ରେମୀଳ 

ରୋମାଞ୍ଚ ଅନୁଭୂତି ଶୃଙ୍ଗାର 

ରସ ତୃପ୍ତି ଆଉ ପାରସ୍ପରିକ 

ପ୍ରୀତିର ଆଦାନପ୍ରଦାନ 

ଦୋଳ-ହୋଲିକୋତ୍ସବ 

ପରବ ମାଧ୍ୟମେ ବସୁମତୀ 

କୋଳାସନେ 


ହେ ବସନ୍ତ ମାନବଜାତିର 

ଚିର ନମସ୍ୟ ତୁମର 

ଦେଇଛ ଯୁଗେ ଯୁଗେ 

ସେମାନଙ୍କୁ ଶାନ୍ତି ଶିଖେଇ 

ଯଥାର୍ଥ ମନବୀୟ ଗୁଣ 

ନିରାସକ୍ତ କରମ

ଯୋଗାସନେ 


କରୁଥାଅ ବିରାଜମାନ ସଦା 

ମର୍ତ୍ତ୍ୟଧାମେ ହେ ଋତୁରାଜ 

ନମଣି ପର ଆପଣା 

ପକ୍ଷପାତ ଯେ ପର୍ଯ୍ୟନ୍ତ 

ମହାଶୂନ୍ୟେ ରବି ଚନ୍ଦ୍ରମା 

ଆତଜାତ ସଦା 

ହୋଇବ ଜୀବ ଉଦ୍ଭିଦ 

ମାନବ ଜଗତ କୃତାର୍ଥ 

ପ୍ରାର୍ଥନା ଆମର କର 

ସ୍ୱୀକାର ଆହେ ଶିବାରି 

ପୁଷ୍ପଧନୁ ଯୁକ୍ତ ଶାଶ୍ଵତ

ଆନନ୍ଦମୟ କରିଚାଲୁ 

ଥାଅ ବିଶ୍ୱବାସୀଙ୍କୁ ସାଜି 

ବରଦା l

( ©ଅବଧୂତ ପଣ୍ଡା, କଟକ )


 






Rate this content
Log in