STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ମୌସୁମୀର ସାଥୀ

ମୌସୁମୀର ସାଥୀ

1 min
14.3K


ମୌସୁମୀ ଆସୁଛି ଧରା ବକ୍ଷେ ଝରି

ଝରା ଆଷାଢ଼ର ସାଥେ,

ହସି ସସାଗରା ଶାନ୍ତି ଗ୍ରୀଷ୍ମ ହରା

ହସ ଭରି ଚାଷୀ ଓଠେ।

ଖେଳୁଛି ବାଦଲ ବଉଦ ଦେହରେ

ପବନର ଗତି ଧରି,

ଧକ୍କା ଖାଇଣ କେଉଁଠି ଅସରେ

ବାରି ପଡୁଥାଏ ଝରି।

ଟାଣ ନାହିଁ ଆଜି ମୌସୁମୀର ବଳ

ପ୍ରକୃତିର ବିଦାରଣେ,

ଜନ ସମାଜକୁ ଦେବ ବା କିପରି

ବର୍ଷା ଉପହାର ପଣେ।

ବିକୃତ ସମାଜେ ପ୍ରକୃତି ହଜିଛି

ନବ ଚେତନାର ବଳେ,

ଶିକ୍ଷିତ ସଂସ୍କାରେ ସଂସ୍କୃତି ହଜିଛି

ଅବକ୍ଷୟ ଧରା ତଳେ।

କୃତ୍ରିମ ଆଜି ଛିନ୍ନ କରିଛି

ସୁକ୍ଷ୍ମ ଧରାର ଶିରୀ,

ସଭ୍ୟତା ଆଜି ଶୋଭା ବଢ଼ାଉଛି

ପ୍ରକୃତିର ବକ୍ଷ ଚିରି।

ଲୁଚି କାନ୍ଦୁଅଛି ମୌସୁମୀ ଆଜି

ଆଖି ନିର ସୁଖେ କୋହେ,

ଝାଡୁଛି ବୈଶାଖି କ୍ରୂର ଟିଏ ଭଳି

ଧରାକୁ ଥରାଇ ଦିଏ।

ତଥାପି ଭୁଲିନି ଧରାର ମମତା

ମୌସୁମୀ ମନରୁ ଥରେ,

ସରାଗ ମନରେ ବାଦଲ ସାଥୀରେ

ଝରିପଡେ ଧରାପରେ।

ପ୍ରକୃତି ଜଦି ବିକୃତି କରେ

ଶିକ୍ଷା ଚାତୁରୀ ବଳେ,

ଛିନ୍ନ କରାଇ ବ୍ରୁକ୍ଷ ରାଜିକୁ

ଭିନ୍ନ ଜ୍ଞାନ କଉଶଳେ।

ଗଢ଼ି ତୋଳିବାରେ ବିଜ୍ଞାନର କଳ

କଳୁଷିତ କରି ବାୟୁ,

ବଣ ବ୍ରୁକ୍ଷ ହୀନେ ଶୁଦ୍ଧ ଅମ୍ଳଜାନ

ପାଇବୁ ତା ଅବା କାହୁଁ।

ରୋପିବା କ୍ରୁତ୍ରୀମ ଶୋଭା ବ୍ରୁକ୍ଷ ରାଜି

ଜଳ ଶୋଷି ନିଏ ତଳୁ,

ବିଷ କୀଟନାଶ ଓଷ ପ୍ରୟୋଗରେ

ବଳ ହାରେ ଧରା କୋଳୁ।

ପଞ୍ଚ ମହାଭୁତ କଳୁଷିତ ଆଜି

ମାନବ ଦେଖୁଛି ସ୍ୱପ୍ନ,

ରାତାରାତି ସିଏ ବଡ଼ଲୋକ ସାଜେ

ପ୍ରକୃତିକୁ କରି କ୍ଷୁର୍ଣ୍ଣ।

ତଥାପି ଆଣିବ ମୌସୁମୀ ବର୍ଷା

ଇର୍ଷା ନ କରି ମନେ,

ବୁଝିବ ମାନବ କରିବା କରମ

ଅନୁତାପ ବହି ଦିନେ।

ବେଳଜାଣି ହେବା ଆଗୁସାର ଜନେ

ପ୍ରକୃତି ମନକୁ ମୋହି,

ଦେବ ଉପହାର ଏ ଧରଣୀ ମାଆ

ପ୍ରକୃତି ସାଥୀରେ ରହି।

🌲🌲🌲🌲🌲🌲🌲🌲🌲

🌷🌷🌷🌷🌷🌷🌷🌷🌷

ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍