ମୌସୁମୀ
ମୌସୁମୀ
ମୌସୁମୀ ଆସିଲେ
ଅମୃତ ଝରିବ
ମନ୍ଦାକିନୀ ଯିବ ବହି
ସ୍ରୋତସ୍ୱିନୀ ଟିଏ ହୋଇ
କଲ୍ଲୋଳିନୀ ସାଜିବ ନଈ
ଗଛର ପତ୍ରରୁ ସବୁଜିମା
ଫୁଲମତୀ ହେବ ରାଜଜେମା
ରଜ ଦୋଳି ଡ଼ାକିବ କଟମଟ
ପ୍ରକୃତି ହେଲାଣି ଛଟପଟ
ଆକାଶରେ ବଉଦ ମେଳା
ସାଗରେ ଉତ୍ତୁଙ୍ଗ ଲହରୀମାଳା
ସବୁଆଡେ ସୁଜଳା ସୁଫଳା
କାଗଜ ଡଙ୍ଗାପାଇଁ ରଫଖାତା ଚିରି
ପିଲାଙ୍କ ନାଚ ତାଆଥେଇ କିରିକିରି
ମାଟିରୁ ଉଠୁଛି ଅନ୍ୟ ଏକ ବାସ୍ନା
ସୂର୍ଯ୍ୟ ଢ଼ାଳିବେ ଶୀତଳ ଜୋଛନା
ଆଖିରେ ଆଖିଏ କାମନା
ପୁଣି ନୂତନ ଉନ୍ମାଦନା
ରଥପରେ ଜଗତନାଥ
ଭାଇଭଉଣୀ ସାଥେ ଘୋଷଯାତ
ଦର୍ଶନ ପାଇବେ ପୀଡିତ
ଆଶ୍ୱସ୍ତ ହୋଇବ ଜଗତ
ବରଷାବାରି ଅମୃତ କଳସ ଭରି
ଝରୁଥିବ ଝରାଫୁଲ ପରି
ମୌସୁମୀ ପଣତ ସାରା
ଟୋପି ଟୋପି ଶୀତଳ ଚନ୍ଦନ ଭରି
