ମୌସୁମୀ
ମୌସୁମୀ
1 min
151
ମୌସୁମୀ ଆସିଲେ
ଅମୃତ ଝରିବ
ମନ୍ଦାକିନୀ ଯିବ ବହି
ସ୍ରୋତସ୍ୱିନୀ ଟିଏ ହୋଇ
କଲ୍ଲୋଳିନୀ ସାଜିବ ନଈ
ଗଛର ପତ୍ରରୁ ସବୁଜିମା
ଫୁଲମତୀ ହେବ ରାଜଜେମା
ରଜ ଦୋଳି ଡ଼ାକିବ କଟମଟ
ପ୍ରକୃତି ହେଲାଣି ଛଟପଟ
ଆକାଶରେ ବଉଦ ମେଳା
ସାଗରେ ଉତ୍ତୁଙ୍ଗ ଲହରୀମାଳା
ସବୁଆଡେ ସୁଜଳା ସୁଫଳା
କାଗଜ ଡଙ୍ଗାପାଇଁ ରଫଖାତା ଚିରି
ପିଲାଙ୍କ ନାଚ ତାଆଥେଇ କିରିକିରି
ମାଟିରୁ ଉଠୁଛି ଅନ୍ୟ ଏକ ବାସ୍ନା
ସୂର୍ଯ୍ୟ ଢ଼ାଳିବେ ଶୀତଳ ଜୋଛନା
ଆଖିରେ ଆଖିଏ କାମନା
ପୁଣି ନୂତନ ଉନ୍ମାଦନା
ରଥପରେ ଜଗତନାଥ
ଭାଇଭଉଣୀ ସାଥେ ଘୋଷଯାତ
ଦର୍ଶନ ପାଇବେ ପୀଡିତ
ଆଶ୍ୱସ୍ତ ହୋଇବ ଜଗତ
ବରଷାବାରି ଅମୃତ କଳସ ଭରି
ଝରୁଥିବ ଝରାଫୁଲ ପରି
ମୌସୁମୀ ପଣତ ସାରା
ଟୋପି ଟୋପି ଶୀତଳ ଚନ୍ଦନ ଭରି
