ମାୟା ନଗରୀ ର ମାୟା
ମାୟା ନଗରୀ ର ମାୟା
1 min
11.7K
ସେ ତ ମାୟନଗରୀର ମାୟା
ଧୁ ଧୁ ହୋଇ ଉଠୁଥାଇ ଏଠି
ଚିମିନିରୁ କଳା ଧୂଆଁ
ଟଙ୍କା ପଇସା ହିଁ ସବୁକିଛି ଏଠି
କରିଛି ସଭିଙ୍କୁ ବାୟା
ସେ ତ ମାୟା ନଗରୀର ମାୟା l
ନଥାଏ ତ ଏଠି ରାତି
ନବୁଲେ କଜଳପାତି
ଗାଡି ଘୋଡା ଅବା
ସଦା ବୁଲୁଥାଇ
ବଢ଼ାଇ ପୃଥିବୀ ତାତି
ନଥାଏ ତ ଏଠି ରାତି l
କଳକାରଖାନା ଯନ୍ତ୍ର
ମଣିଷ-ମଣିଷ ମଣିଷପଣିଆ
ସବୁକିଛି ହନ୍ତସନ୍ତ
ମେଣ୍ଟାଇବା ନିଜ ସ୍ୱାର୍ଥ
ଧର୍ମ ଦୟା ନୀତି କର୍ତ୍ତବ୍ୟ ମମତା
ଏଠି ନଥାଏ ଏସବୁ ଅର୍ଥ
କଳକାରଖାନା ଯନ୍ତ୍ର l
ବଳିକୁ ବଳି ସଭିଏଁ
କେହି ନୁହେଁ ଏଠି ପର କି ଆପଣା
କାହାର ତ ନୁହେଁ କିଏ
ବଳି କୁ ବଳି ସଭିଏଁ l
ତଥାପି କୁରୁଳେ ଧୂଆଁ
ଦେଖି ପୃଥିବୀ ଛାନିଆ
ଜଗତ ରହିବ ଅବା ନାଶ ଯିବ
ଭାବି ଥରାଉଛି ହିଆ
ତଥାପି କୁରୁଳେ ଧୂଆଁ
ସେ ତ ମାୟା ନଗରୀ ର ମାୟା l
